Latest Odisha News

BREAKING NEWS

ମେଲବୋର୍ଣ୍ଣ ୩ୟ ଟେଷ୍ଟ: ମଜବୁତ୍ ବ୍ୟାଟିଂରୁ ଭାରତୀୟ ଇନିଂସ ଆରମ୍ଭ, ୧୭୦/୨

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ଶୃଙ୍ଖଳାରେ ଆଜି ଆରମ୍ଭ ହୋଇଛି ବକ୍ସିଂ ଡ଼େ ଟେଷ୍ଟ ତଥା ଚୂଡ଼ାନ୍ତ ୩ୟ ଟେଷ୍ଟ । ଆଡ଼ିଲେଡ଼ରେ ଅନୁଷ୍ଠିତ ୧ମ ଟେଷ୍ଟରେ ଭାରତ ଜିତିବା ପରେ ୨ୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ବିଜୟ ହାସଲ କରିବା ଫଳରେ ଏହି ଚୂଡ଼ାନ୍ତ ମେଲବୋର୍ଣ୍ଣ ଟେଷ୍ଟର ଫଳାଫଳ ଉପରେ ଶୃଙ୍ଖଳା ନିର୍ଭର କରୁଛି ।

ବୁଧବାର ଦିନ ମେଲବୋର୍ଣ୍ଣର ଏମସିଜି ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଜୀବନର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ମୟଙ୍କ ଅଗ୍ରୱାଲ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିବା ସହିତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତୀୟ ଦଳ ୧୭୦/୨ ସ୍କୋରରେ ଖେଳୁଥିବା ବେଳେ ହନୁମା ବିହାରୀ ୮ ରନ ଏବଂ ମୟଙ୍କ ଅଗ୍ରୱାଲ ୭୬ ରନ କରି ଆଉଟ ହୋଇଛନ୍ତି । କ୍ରିଜରେ ଚେତେଶ୍ୱର ପୂଜାରା ୪୪ ରନ ଏବଂ କପ୍ତାନ ବିରାଟ କୋହଲୀ ୨୮ ରନ କରି ଖେଳୁଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଘାସୁଆ ପିଚର ଫାଇଦା ଉଠାଇ ପ୍ୟାଟ୍ କମିନ୍ସ ସହଳ ୨ଟି ୱିକେଟ ଅକ୍ତିଆର କରିଛନ୍ତି ।

ଭାରତୀୟ ଏକାଦଶ: ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ବିରାଟ କୋହଲୀ (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋଷଭ ପନ୍ଥ (ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା ଏବଂ ଯଶପ୍ରୀତ ବୁମରା

ଅଷ୍ଟ୍ରେଲୀୟ ଏକାଦଶ: ଆରୋନ ଫିଞ୍ଚ, ମାର୍କସ୍ ହ୍ୟାରିସ, ଉସମାନ୍ ଖ୍ୱାଜା, ସନ୍ ମାର୍ଶ, ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ଶ, ଟିମ୍ ପେନ୍ (ଅଧିନାୟକ/ୱିକେଟ ରକ୍ଷକ), ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ନାଥନ୍ ଲାୟନ୍ ଏବଂ ଜୋସ୍ ହ୍ୟାଜେଲଉଡ୍

ଭାରତୀୟ ଦଳ ୭ ଜଣ ବ୍ୟାଟ୍ସମ୍ୟାନ ଜଣେ ଅଲରାଉଣ୍ଡର ଏବଂ ୩ ଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଏହି ଚୂଡ଼ାନ୍ତ ଟେଷ୍ଟମ୍ୟାଚ ଖେଳୁଛି ।

Leave A Reply

Your email address will not be published.