Latest Odisha News

BREAKING NEWS

ଓପିନିୟନ ପୋଲ୍ କହୁଛି ଓଡ଼ିଶାରେ ବିଜେପି ବିପୁଳ ଫାଇଦା ହାସଲ କରିବ; ଏକଥାରେ ବୈଜୟନ୍ତ ପଣ୍ଡାଙ୍କ ସନ୍ଦେହ !

ଭୁବନେଶ୍ୱର: ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ନେଇ ଏକ ଓପିନିୟନ ପୋଲର ଆକଳନକୁ ମଙ୍ଗଳବାର ଦିନ ଅସ୍ୱୀକାର କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡା । ଏନେଇ ସେ ଟ୍ୱିଟ୍ କରି କହିଛନ୍ତି ରାଜ୍ୟ ସରକାରଙ୍କ ବିରୋଧରେ ଲଢିବା ପାଇଁ କଲିଜା ଥିବା ଦରକାର ।

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଏହି ଓପିନିୟନ ପୋଲର ଫଳାଫଳକୁ ଲକ୍ଷ୍ୟ କରି ବୈଜୟନ୍ତ ପଣ୍ଡା କହିଛନ୍ତି, ଏହା ଏକ ଦୁଃସାହସିକ ପଦକ୍ଷେପ । ରାଜ୍ୟ ବିଜେପି ନେତୃବୃନ୍ଦ ତଥା ବିଜେପିକୁ ଆକ୍ରମଣ କରିବାକୁ ପଛେଇ ନାହାନ୍ତି ବୈଜୟନ୍ତ । ଓଡ଼ିଶାରେ ବଢି ଚାଲିଥିବା ଦୁର୍ନୀତି ତଥା ଅପରାଧ ବିରୋଧରେ ବିଜେପିର ପଦକ୍ଷେପ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି କେନ୍ଦ୍ରାପଡ଼ାର ଏହି ପୂର୍ବତନ ଲୋକସଭା ସଦସ୍ୟ ।

ଦୁଃସାହସିକ ଲାଗୁଛି । ଏହା କ’ଣ ସମ୍ଭବ ହୋଇପାରେ? ଏଥିରେ ବଡ଼ ରିସ୍କ ଥିବା ପରି ମନେ ହେଉଛି, କିନ୍ତୁ, ଅଟୋପାଇଲଟ୍ ମୋଡ୍ ରେ ଏହା ସମ୍ଭବ ନୁହେଁ । ସରକାର ବିରୋଧରେ ସଚ୍ଚା ଲଢେଇ ଲାଗି ଚ୍ୟାଲେଞ୍ଜର୍ ର କଲିଜା ରହିଥିବା ଦରକାର । କେବଳ ଓଡ଼ିଶାରେ ବଢି ଚାଲିଥିବା ଅପରାଧ ଓ ଦୁର୍ନୀତି ବିରୋଧରେ କହିଦେଲେ ଚଳିବ ନାହିଁ । ଏଥିପାଇଁ ରିତିମତ କାମ କରିବାକୁ ପଡ଼ିବ ।

ନିଜର ଟ୍ୱିଟର୍ ପୃଷ୍ଠାରେ ବିଜେପିକୁ ଆକ୍ଷେପ କରି ବୈଜୟନ୍ତଙ୍କ ଏହିପରି କଟୁ ମନ୍ତବ୍ୟ ରାଜନୈତିକ ପାଣିପାଗରେ ବେଶ୍ ଉଷ୍ମତା ଆଣିଦେଇଛି । ତେବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଶ୍ରୀଯୁକ୍ତ ପଣ୍ଡାଙ୍କ ଏହି ମନ୍ତବ୍ୟ ତାଙ୍କର ନିରାଶାଜନକ ମନୋଭାବକୁ ସୂଚାଉଛି । ବିଜେପିରେ ଯୋଗଦାନ ପୂର୍ବରୁ ବିଜେପିର ମୁଖିଆଙ୍କ ଉପରେ ଅନେକ ଭରସା କରିଥିଲେ ସେ ତଥା ନିଜର ନୈରାଶ୍ୟଜନକ ମନ୍ତବ୍ୟରୁ ଏହା ସ୍ପଷ୍ଟ ଅନୁମେୟ । ତେବେ କିଛିଦିନ ପୂର୍ବରୁ ବଡ଼ ଧୁମଧାମରେ ବ୍ୟୁରୋକ୍ରାଟ ଅପରାଜିତା ଷଡ଼ଙ୍ଗୀ ଦଳରେ ଯୋଗଦାନ କରିଥିଲେ । ତେବେ ଏହି ମନ୍ତବ୍ୟରୁ ଅନ୍ୟ ଏକ କଥାକୁ ମଧ୍ୟ ସମ୍ପୂର୍ଣ୍ଣ ସ୍ୱୀକାର କରି ହେବ ନାହିଁ ଯେ, ବୈଜୟନ୍ତଙ୍କ ବିଜେପିରେ ମିଶ୍ରଣ ସମ୍ଭବ ନୁହେଁ ।

ଏବିପି ନ୍ୟୁଜ୍ – ସି ଭୋଟର୍ ‘ଦେଶ କି ମୋଡ୍ ’ ସର୍ଭେ ଦ୍ୱାରା ପ୍ରସ୍ତ୍ୁତ ହୋଇଥିବା ଓପିନିୟନ ପୋଲ୍ ଅନୁଯାୟୀ ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ସମୁଦାୟ ୨୧ଟି ଆସନରୁ ୧୬ଟି ଆସନ ମିଳିବ । ତେବେ ୨୦୧୪ ଲୋକସଭା ନିର୍ବାଚନରେ ବିଜେଡ଼ିକୁ ୨୧ଟି ଆସନରୁ ୨୦ଟି ଆସନ ମିଳିଥିବା ବେଳେ ବିଜେପିକୁ ମାତ୍ର ଗୋଟିଏ ଆସନ ମିଳିଥିଲା ବେଳେ କଂଗ୍ରେସ ସଂପୂର୍ଣ୍ଣ ମୂଳପୋଛ ହୋଇ ପରାଜୟ ସ୍ୱୀକାର କରିଥିଲା ।

Leave A Reply

Your email address will not be published.