Latest Odisha News

BREAKING NEWS

ହକି ବିଶ୍ୱକପ: କ୍ଲାସିଫିକେଶନ ମ୍ୟାଚରେ ଜାପାନ ବିପକ୍ଷରେ ଭାରତର ବୃହତ ବିଜୟ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଆଜି ଅନୁଷ୍ଠିତ କ୍ଲାସିଫିକେଶନ ମ୍ୟାଚରେ ଜାପାନ ବିପକ୍ଷରେ ବିଜୟ ହାସଲ କରିଛି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ଭାରତ ୮-୦ ଗୋଲରେ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି ବିଜୟ ହାସଲ କରିଛି । ୯ରୁ ୧୨ ସ୍ଥାନ ପାଇଁ ହେବାକୁ ଥିବା ମ୍ୟାଚରେ ଭାରତ ଜାନୁୟାରୀ ୨୮ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଭାରତ ପକ୍ଷରୁ ହରମନପ୍ରୀତ ସିଂ ଓ ଅଭିଷେକ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନଦୀପ ସିଂ, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ ପାୱାର ଓ ସୁଖଜିତ ସିଂ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ଜାପାନ ଗୋଲ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲା ।

ପ୍ରଥମ ୨ଟି କ୍ୱାର୍ଟରରେ ଭାରତ ଡିଫେନ୍ସିଭ ଖେଳ ପ୍ରଦର୍ଶନ କରିଥିଲା । ମାତ୍ର ଏହା ପରେ ଆକ୍ରମଣାତ୍କ ପ୍ରଦର୍ଶନ କରି ଜାପାନକୁ ଚାପରେ ପକାଇ ମ୍ୟାଚକୁ ଏକତରଫା କରି ଦେଇଥିଲା । ପୂର୍ବରୁ କ୍ରସ ଓଭରରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ ପଦକ ଦୌଡରୁ ବାଦ ପଡିଛି । ଦୀର୍ଘ ବର୍ଷ ପରେ ଭାରତ ଏଥର ବିଶ୍ୱକପ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଥିଲେ ।

Leave A Reply

Your email address will not be published.