Latest Odisha News

BREAKING NEWS

ବିଏମସିର ବାୟୋ ମାଇନିଂ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ବିଏମସିର କାର୍ଯ୍ୟକୁ ବିରୋଧ କରି ଧାରଣା ଓ ରାସ୍ତାରୋକ । ସ୍ଥାନୀୟ ସରପଞ୍ଚଙ୍କ ସହ ଶତାଧିକ ଲୋକ ଚନ୍ଦକା-ପିତାପଲୀ ରାସ୍ତା ଅବରୋଧ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ ବିରୋଧରେ ସମସ୍ତେ ନାରା ଦେଇଥିଲେ । କହିଥିଲେ, ଗ୍ରାମବାସୀଙ୍କୁ ନ ଜଣାଇ ବିଏମସି ପ୍ରକଳ୍ପ କାର୍ଯ୍ୟ କରୁଛି ।

ରାସ୍ତାରୋକ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଭୁଆଶୁଣୀରେ ବାୟୋ-ମାଇନିଂ ପ୍ରକଳ୍ପ କରୁଛି ବିଏମସି । ରାତି ଅଧରେ କାମ ହେଉଛି । ପୂର୍ବରୁ ବିଏମସି ଗ୍ରାମବାସୀଙ୍କ ସହ ବୈଠକ କରି କହିଥିଲା ଆଲୋଚନା କରି ପଦକ୍ଷେପ ନିଆଯିବ ।

ବିଏମସି କହିଥିଲେ ମେ ୨୦୨୩ ସୁଦ୍ଧା ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ବନ୍ଦ କରି ଦିଆଯିବ । କିନ୍ତୁ ବିନା କୌଣସି ସୂଚନାରେ ବିଏମସି ବଡ଼ ବଡ଼ ଗାଡ଼ି ଭୁଆଶୁ ପଠାଇ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ୨୦୦୮ରୁ ଦାରୁଠେଙ୍ଗବାସୀ ଡମ୍ପିୟାର୍ଡକୁ ବିରୋଧ କରି ଆସିଛନ୍ତି ।

Leave A Reply

Your email address will not be published.