ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ତଥା ଚୂଡ଼ାନ୍ତ ଦିନିକିଆ ଅନୁଷ୍ଠିତ ହେଉଛି । ଶୃଙ୍ଖଳା ୨-୨ରେ ବରାବର ରହିଥିବା ଯୋଗୁଁ ଉଭୟ ଦଳ ଶୃଙ୍ଖଳା ଜିତିବାକୁ ପ୍ରବଳ ଉଦ୍ୟମ ଜାରି ରଖିଛନ୍ତି । ଏହି ଶୃଙ୍ଖଳାର ବିଜେତା ହିଁ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଦାବିଦାର ହେବ ବୋଲି କ୍ରିକେଟ ବିଶାରଦଙ୍କ ମତ ।
IT’S TIME FOR THE BIG FINAL! ?
Who do you think will lift the Paytm ODI Trophy at the Feroz Shah Kotla?
? for @imVkohli @BCCI
for @AaronFinch5 @cricketcomau
— Paytm (@Paytm) March 13, 2019
ଟସ୍ ଜିତିବା ପରେ କୋଟଲା ଗ୍ରାଉଣ୍ଡରେ ଆଦ୍ରତାକୁ ଲକ୍ଷ୍ୟ କରି କଙ୍ଗାରୁ କପ୍ତାନ୍ ଆରୋନ ଫିଞ୍ଚ୍ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ପୁରା ଶୃଙ୍ଖଳାରେ ଉଭୟ ଦଳର ବ୍ୟାଟ୍ସମ୍ୟାନ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ୩୫୦ରୁ ଅଧିକ ଦଳୀୟ ସ୍କୋରକୁ ପହଞ୍ଚାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ବିରାଟ କୋହଲୀ ବୋଲରମାନଙ୍କୁ ମାପଚୁପ ବୋଲିଂ କରିବାକୁ ଉପଦେଶ ଦେଇଛନ୍ତି ।
This is what the two teams are playing for. Who will take it home tonight?#INDvAUS pic.twitter.com/s3PapWdPEC
— BCCI (@BCCI) March 13, 2019
ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ବିଜୟ ଶଙ୍କର, ଋଷଭ ପନ୍ଥ, ରବୀନ୍ଦ୍ର ଜାଡ଼େଜା, କେଦାର ଯାଦବ, କୁଲଦୀପ ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର ଓ ୟଶପ୍ରୀତ ବୁମରା ।
ଇତିମଧ୍ୟରେ ଅଷ୍ଟ୍ରେଲିଆ ଦଳ ୧୦ ଓଭର ଶେଷସୁଦ୍ଧା କୌଣସି ୱିକେଟ ନ’ହରାଇ ୫୨ ରନ କରିପାରିଛି ।
Comments are closed.