Latest Odisha News

BREAKING NEWS

ମତଦାନ ସଂଖ୍ୟା ବୃଦ୍ଧି ନିମନ୍ତେ ଟ୍ୱିଟ୍ କରି ନବୀନଙ୍କୁ ଅନୁରୋଧ କଲେ ମୋଦୀ

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନରେ ମତଦାତା ମାନଙ୍କୁ ଭୋଟ ଦେବା ଲାଗି ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦିନ ଟ୍ୱିଟ୍ କରି ବହୁ ରାଜନେତାଙ୍କ ସମେତ ଅନେକ ଖ୍ୟାତନାମା ବ୍ୟକ୍ତି ତଥା ତାରକାଙ୍କୁ ମଧ୍ୟ ଟ୍ୟାଗ୍ କରି ଲୋକମାନଙ୍କୁ ମତଦାନ ପାଇଁ ପ୍ରେରିତ କରିବାକୁ ଅନୁରୋଧ କରିଛନ୍ତି । ଆହୁରି ମଧ୍ୟ ସାଧାରଣ ଜନତାଙ୍କୁ ଆଗାମୀ ନିର୍ବାଚନରେ ଭୋଟ୍ ଦେବା ଲାଗି ଜାଗୃତ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଏଥିରେ ବହୁ ମାତ୍ରାରେ ଲୋକଙ୍କ ଯୋଗଦାନ ଗଣତନ୍ତ୍ରଙ୍କୁ ଅଧିକ ସୁଦୃଢ କରିବ ବୋଲି ସେ ପ୍ରକାଶ କରିଛନ୍ତି ।

ଲୋକମାନଙ୍କୁ ଏଦିଗରେ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତି, କ୍ରୀଡାବିତ୍ ଓ ବଲିଉଡର ଅନେକ ତାରକାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ଏହାବ୍ୟତିତ ମମତା ବାନାର୍ଜି, ଶରଦ ପାୱାର, ମାୟାବତି, ଅଖିଳେଶ ଯାଦବ, ଏମ.କେ ଷ୍ଟାଲିନ୍, ଏଚ ଡି କୁମାରସ୍ୱାମୀ ଓ ନୀତିଶ କୁମାର ଭଳି ରାଜନେତାଙ୍କୁ ମଧ୍ୟ ସାମିଲ କରିଛନ୍ତି ।

Leave A Reply

Your email address will not be published.