Latest Odisha News

BREAKING NEWS

ସୁପର ସନଣ୍ଡେରେ ସୁପର ଫାଇଟ୍ : ଆଜି ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାଲଢେଇ , ପ୍ରଧାନମନ୍ତ୍ରୀ ଦେଖିବେ ମ୍ୟାଚ୍

ନୂଆଦିଲ୍ଲୀ : ସୁପର ସନଣ୍ଡେରେ ସୁପର ଫାଇଟ୍  । ବିଶ୍ବକପ୍ କ୍ରିକେଟର ଆଜି ଗ୍ରାଣ୍ଡ ଫିନାଲେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ହାଇଭୋଲଟେଜ୍ ଟକ୍କର । ୩ଥର ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ  । ଆଉ କିଛି ଘଣ୍ଟାର ଅପେକ୍ଷା ରହିଛି । ଅପରାହ୍ନ ଦୁଇଟାରେ ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍  । ପଡିବ ପ୍ରଥମ ବଲ୍  । ସେହି ସୁବର୍ଣ୍ଣ ମୁହୁର୍ତ୍ତକୁ କ୍ରୀଡାପ୍ରେମୀମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

BjdElectrycity

ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀ ମାନେ ଅହମ୍ମଦାବାଦରେ ପହଞ୍ଚି ସାରିଲେଣି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଷ୍ଟାଡିୟମରେ ଖେଳ ଦେଖିବାର କାର୍ଯ୍ୟକ୍ରମ ରହିଛି । ଭାରତର ବିଜୟ ପାଇଁ ଦେଶବ୍ୟାପୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଚାଲିଛି ।  ଚଳିତ ବିଶ୍ବକପରେ ଉଭୟ ଟିମ୍ ଦମଦାର ଫର୍ମରେ ରହିଛନ୍ତି । ତେଣୁ ଉଭୟ ଟିମଙ୍କ ପ୍ରଦର୍ଶନ ବିଚାରକୁ ନେଲେ କିଏ ଜିତିବ ତାର ଭବିଷ୍ୟବାଣୀ କରିବା କଷ୍ଟକର ବ୍ୟାପାର ।

ସେପଟେ ମ୍ୟାଚ୍ ପୂର୍ବରୁ ଏୟାର ଶୋ ଦେଖାଇବ ବାୟୁସେନା । ଇନିଂଶ ବ୍ରେକ୍ ବେଳକୁ ରହିଛି ମନୋରଞ୍ଜନ କାର୍ଯ୍ୟକ୍ରମ  । ବିଶ୍ବକପ୍ ଜିତିଥିବା ସମସ୍ତ ଅଧିନାୟକଙ୍କୁ ଏଥିରେ ନିମନ୍ତ୍ରିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ । ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲସ ମଧ୍ୟ ଉପସ୍ଥିତ ରହିବେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମହାମୁକାବିଲାକୁ ସ୍ମରଣୀୟ କରିବ  ।

Leave A Reply

Your email address will not be published.