Latest Odisha News

ଭାଷା ଭାଗବତ : ଦୁଶୁଚି କି ଏ ଦଶା ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ 

ଋ ଯଦି ସତେ ରୁ ହୁଅଂତା
ଅଋଣ, କଋଣ ଦିଶଂତା
ଲେଖିଲେ ଋଚି ଅବା ଋଟି
କେହି କରଂତେନାହିଁ ପାଟି

ହାତ ଲେଖିଲେ ସୁଦ୍ଧା ହ୍ୟ
ପାଟି ତ କହୁଥାଏ ଝ୍ୟ
ବାହ୍ୟ : ବାଝ୍ୟ ଓ ସହ୍ୟ : ସଝ୍ୟ
କେଉଁଟି ଆମ ପରିଚୟ ?

ଲେଖୁଛୁଁ ଯୁଦ୍ଧ, କହୁଁ ଜୁଧ୍ୟ
କେଉଁଟି ଶୁଦ୍ଧ କି ଅସୁଧ୍ୟ
ତାହା ପାରୁନୁ କେହି ଜାଣି
ଏ ଆମ ଭାଷାର କାହାଣୀ

‘ ବେଶି, ଅଧିକ ‘ ଛାଡ଼ି ‘ ଊର୍ଦ୍ଧ୍ୱ ‘
କହଂତି ଗ୍ୟାଁନୀ ବୟୋବୃଦ୍ଧ
ସ୍ବଭାଷା ଚଳୁଛି ଏପରି
କେହି କିଛି ପାରୁଁନୁ କରି

ସେ ଯାଏ, ମୁଁ ଯାଏ ସମାନ
ହେଲାଣି ବୁଝୁଁ ବଂଧୁଗଣ
ଲେଖୁଚି, ପଢ଼ୁଚି, ଶୁଣୁଚି
କାନରେ ପ୍ରତ୍ୟହ ପଡ଼ୁଛି

ଛ ବର୍ଣ ହେଲେ ବିତାଡ଼ିତ
ଏ ଭାଷା ହେବ କି ଉନ୍ନତ ?
ଏ ପ୍ରଶ୍ନ ମଥାରେ ଖେଳାଇ
କିଛି କରିବା କିଂବା ନାଇ?

ଏତେ ଅଧିକ ବ୍ୟତିକ୍ରମ
ସହିବା ନିମଂତେ ଅକ୍ଷମ
ହୋଇଗଲାଣି ଆମ ଭାଷା
ଦୁଶୁଚି କି ନାଇଁ ଏ ଦଶା ?

Leave A Reply

Your email address will not be published.