Latest Odisha News

BREAKING NEWS

ଟିମ୍ ଇଣ୍ଡିଆର ଘାତକ ବୋଲିଂରେ ବାଂଲାଦେଶ ୧୦୬ ରନରେ ଅଲଆଉଟ, ଭାରତ ୧୭୪/୩

କୋଲକାତା: ଆଜି ଭାରତ ପ୍ରଥମଥର ଲାଗି ଦିବା-ରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡ଼େନ ଗାର୍ଡ଼େନ୍ସରେ ଖେଳୁଛି । ବାଲାଂଦେଶ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ ଖେଳୁଥିବା ବେଳେ ଆଜି ଭାରତୀୟ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଛି । ଭାରତୀୟ ବୋଲରମାନେ ଘାତକ ବୋଲିଂ କରି ବାଂଲାଦଳର ପ୍ରଥମ ଇନିଂସ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ବାଂଲାଦେଶ ଦଳ ଭାରତୀୟ ସିମରଙ୍କୁ ସାମ୍ନା କରିନପାରି ମାତ୍ର ୧୦୬ ରନରେ ଅଲଆଉଟ ହୋଇଯାଇଛି ।

ଅପରାହ୍ନ ଗୋଟାଏ ବେଳେ ଆରମ୍ଭ ହୋଇଥିବା ଏହି ଦିବା-ରାତ୍ର ମ୍ୟାାଚ ଦେଖିବାକୁ ଆଜି ଇଡ଼େନ ଗାର୍ଡ଼େନ ଦର୍ଶକଙ୍କ ଦ୍ୱାରା ଭରପୁର ହୋଇଯାଇଛି । ଘରୋଇ ଦର୍ଶକଙ୍କ ସାମ୍ନାରେ ଭାରତୀୟ ଖେଳାଳୀମାନେ ବେଶ୍ ଉତ୍ସାହର ସହିତ ପ୍ରଥମ ଦିବା-ରାତ୍ର ମ୍ୟାଚ ଖେଳୁଛନ୍ତି ।

ବାଂଲା କପ୍ତାନ ମୋମିନୁଲ୍ ହକ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇ ଅସଫଳ ହୋଇଥିଲେ । ବାଂଲାଦେଶ ଖେଳାଳି ଭାରତୀୟ ପେସ ବୋଲରଙ୍କୁ ସାମ୍ନା କରିନପାରି କମ୍ ରନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଥିଲେ । ଭାରତୀୟ ଫାଷ୍ଟ୍ ବୋଲର୍ ମହମ୍ମଦ ସାମି, ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବଙ୍କ ଘାତକୀୟ ବୋଲିଂ ଆଗରେ ପୁରା ଟିମ୍ ବେଶି ସମୟ ତିଷ୍ଠି ପାରିନପାରି ୩୦.୩ ଓଭରରେ ମାତ୍ର ୧୦୬ ରନ କରି ଅଲଆଉଟ ହୋଇଥିଲେ ।

ବାଂଲାଦେଶ ଦଳ ପକ୍ଷରୁ ସଦମାନ ଇସଲାମ ୨୯ ରନ, ଲିଟନ ଦାସ ୨୪ ଏବଂ ନଈମ ହାସନଙ୍କ ୧୯ ରନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ଏପରିକି ଦଳର ସ୍କୋର ୩୮ ରନ ହୋଇଥିବା ବେଳେ ୫ଟି ବାଂଲା ୱିକେଟର ପତ୍ତନ ଘଟିଥିଲା ।

ଭାରତୀୟ ବୋଲର୍ ଈଶାନ୍ତ ଶର୍ମା ସର୍ବାଧିକ ୫ଟି ୱିକେଟ ହାସଲ କରିପାରିଛନ୍ତି । ସେହିପରି ଉମେଶ ଯାଦବ ୩ଟି ଏବଂ ମହମ୍ମଦ ସାମି ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଭାରତ ବ୍ୟାଟିଂ ଆରମ୍ଭ କରି ସହଳ ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇଛି । ମୟଙ୍କ ୧୪ ରନ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୨୧ ରନ କରି ନିଜ ୱିକେଟ ହରାଇଛନ୍ତି । ଚେତେଶ୍ୱର ପୂଜାରା ୫୫ ରନ କରି ଆଉଟ ହୋଇଛନ୍ତି । ଭାରତ ପ୍ରଥମ ଦିବସ ଖେଳ ଶେଷସୁଦ୍ଧା ୩ଟି ୱିକେଟ ବିନିମୟରେ କରିଛି ୧୭୪ ରନ ।

ଟେଷ୍ଟ ମ୍ୟାଚରେ ବି ପ୍ରତି ବଲର ମଜ୍ଜା ନେଉଛନ୍ତି ଦର୍ଶକ:

ଆଜି ଏହି ଦିବାରାତ୍ର ମ୍ୟାଚରେ ଗୋଲାପୀ ବଲରେ ଖେଳ ଅନୁଷ୍ଠିତ ହେଉଛି । ଗୋଲାପୀ ରଙ୍ଗର ବଲ୍ ସାଙ୍ଗକୁ ଦିବା-ରାତ୍ର ଟେଷ୍ଟ ମ୍ୟାଚର ମଜ୍ଜା ଦେଖିବାକୁ ଷ୍ଟାଡ଼ିୟମ ଭରପୁର ରହିଛି । ଅନ୍ତର୍ଜାତୀୟ ଟି-୨୦ ଏବଂ ଏକଦିବସୀୟ ମ୍ୟାଚ ପରି ଏହି ଟେଷ୍ଟମ୍ୟାଚରେ ଭରପୁର ଦର୍ଶକ ପ୍ରତିଟି ବଲର ମଜ୍ଜା ନେଉଥିବାର ଦେଖାଯାଇଛି ।

ଇଡ଼େନ ଗାର୍ଡ଼େନରେ ବାଂଲା ପ୍ରଧାନମନ୍ତ୍ରୀ ହାସିନା !

ଏହି ମ୍ୟାଚ ଦେଖିବାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଷ୍ଟାଡ଼ିୟମରେ ଉପସ୍ଥିତ ରହି ଉଭୟ ଦେଶର ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ।

ଆଜି ମ୍ୟାଚ ଅନୁଷ୍ଠିତ ହେବା ପୂର୍ବରୁ ଦୁଇଦଳର ଅଧିନାୟକ ଏବଂ ସମସ୍ତ ଖେଳାଳୀଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ଶେଖ ହାସିନା ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ଶ୍ରୀମତୀ ହାସିନାଙ୍କୁ ଷ୍ଟାଡ଼ିୟମକୁ ପାଛୋଟି ନେଇଥିଲେ । ଏହି ଦୁଇ ନେତ୍ରୀ ସମ୍ପୂର୍ଣ୍ଣ ମ୍ୟାଚଟିକୁ ମନଭରି ଦେଖୁଥିବାର ଟିଭିରୁ ଜଣାପଡ଼ିଛି ।

Leave A Reply

Your email address will not be published.