Latest Odisha News

BREAKING NEWS

ସାମାନ୍ୟ ଅଘଟଣ ଯୋଗୁଁ ଟ୍ରାକରେ ଅଟକି ରହିଛି ଦୁରନ୍ତ ଏକ୍ସପ୍ରେସ

ବାଲେଶ୍ୱର: ହାଓଡ଼ା-ୟଶବନ୍ତପୁର ଦୁରନ୍ତ ଏକ୍ସପ୍ରେସ ବାଲେଶ୍ୱର ନିକଟବର୍ତ୍ତୀ ରୁପସା ଷ୍ଟେସନରେ ଦୀର୍ଘ ୩ ଘଣ୍ଟା ଧରି ଅଟକି ରହିଛି । ଏହି ଟ୍ରେନଟି ଶୁକ୍ରବାର ଦିନ ସାମାନ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯୋଗୁଁ ଷ୍ଟେସରେ ଅଟକି ରହିଥିବାର ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟ୍ରାକରେ ପୂର୍ବରୁ ପଡ଼ିଥିବା କିଛି ସାମଗ୍ରୀ ଉପରେ ଦୁତଗତିରେ ଯାଉଥିବା ଟ୍ରେନଟି ଚଢିଯିବା ଯୋଗୁଁ ଟ୍ରେନଟି ଅଟକି ରହିଛି । ଏହି ଦୁର୍ଘଟଣା ଯୋଗୁଁ ଟ୍ରେନର ଫୁଏଲ ଟ୍ୟାଙ୍କ, ବ୍ୟାଟେରୀ କନେକ୍ସନ ଏବଂ ଲାଟ୍ରିନ ପାଇପ କ୍ଷତିଗ୍ରସ୍ତ ହୋଇଛି ।

ଉିମିଳିଥିବା ଶେଷ ସୂଚନା ଅନୁଯାୟୀ, ଇତିମଧ୍ୟରେ ଖଡ଼ଗପୁରରୁ ଏକ ଟିମ୍ ଏହାର ମରାମତି ଲାଗି ଆସି ପହଞ୍ଚି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

Leave A Reply

Your email address will not be published.