Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଭାରତ-କାନାଡା ମ୍ୟାଚ ବର୍ଷା ଯୋଗୁ ବାତିଲ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଭାରତ-କାନାଡା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଭାରତ ଏହି ମ୍ୟାଚ ପୂର୍ବରୁ ପ୍ରଭାବୀ ପ୍ରଦର୍ଶନ କରି ସୁପର ଏଇଟରେ ପ୍ରବେଶ କରିସାରିଛି । କାନାଡା ଏହି ଦୌଡରୁ ପୂର୍ବରୁ ବାଦ ପଡି ସାରିଛି । ଫ୍ଲୋରିଡାରେ ଏକ କ୍ରମାଗତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଜ୍ଞତା ହାସଲ କରିବା ପାଇଁ କାନାଡା ନିକଟରେ ଏହା ଏକ ସୁବର୍ଣ୍ଣ ସୁଯୋଗ ଥିଲେ ମଧ୍ୟ ଦଳ ନିରାଶ ହୋଇଛି । ଅତ୍ୟାଧୂନିକ ଜ୍ଞାନ କୌଶଳର ଅଭାବ ଯୋଗୁ ପିଚକୁ ଶୁଖାଯିବା ସମ୍ଭବପର ହୋଇ ନ ଥିଲା । ଭାରତ ଏବଂ କାନାଡା ଟିମର ଖେଳାଳିମାନେ ଏକତ୍ର ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।

ଭାରତ ସୁପର ଏଇଟରେ ଏ୧ ଟିମ ଭାବେ ରହିବ । ମ୍ୟାଚ ବାତିଲ ହେବା ପରେ ଭାରତର ପଂଏଟ ସଂଖ୍ୟା ୭ ହୋଇଛି । ଆମେରିକା ୫ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ପ୍ରଥମ ସ୍ଥାନରେ ରହିଥିଲେ ବି ଏ୨ ଭାବେ ପରିଗଣିତ ହୋଇଥାନ୍ତା । ସେହି ଅନୁସାରେ ଦଳ ମ୍ୟାଚ ଖେଳିଥାନ୍ତା ।

Leave A Reply

Your email address will not be published.