Latest Odisha News

BREAKING NEWS

ପହଁଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ନବୀନ ନିବାସରରେ କରିବେ ମଧ୍ୟାହ୍ନ ଭୋଜନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ଭୁବନେଶ୍ବରରେ ପହଁଚିଛନ୍ତି ।  ସକାଳେ ଦିଲ୍ଲୀରୁ ବାହାରି ଭୁବନେଶ୍ବର  ବିମାନବନ୍ଦରରେ ଆସି ପହଁଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ବିଜେପି ନେତା ତାଙ୍କୁ ପାଛୋଟି ନେଇଥିଲେ । ରେଡ କାର୍ପେଟରେ ତାଙ୍କୁ ସ୍ବାଗତ କରାଯାଇଛି ।

ବିମାନ ବନ୍ଦରରୁ ସେ ରାଜ୍ୟ ଅତିଥି ଭବନ ଯାଇଥିଲେ । ରାଜ୍ୟ ଅତିଥି ଭବନ ରେ  ବିଜେପି ପକ୍ଷରୁ ଦ୍ରୈାପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ବିଧାୟକ ଏବଂ ସାଂସଦ ବିଜେପିର ସେଠାରୁ ଦ୍ରୈାପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ  । ଦ୍ରୌପଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ ଅଛି । ଏହାପରେ ବିଧାନସଭା ଯିବେ ଦ୍ରୈାପଦୀ ମୁର୍ମୁ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡିର ବିଧାୟକ ଓ ସାଂସଦମାନଙ୍କୁ ଭେଟି ତାଙ୍କୁ ସମର୍ଥନ ଦେବାକୁ ଅପିଲ କରିବେ ।

ନିଜେ ମୁଖ୍ୟମନ୍ତୀ ରାଷ୍ଟ୍ରପତିଙ୍କୁ  ଭବ୍ୟ ସ୍ୱାଗତ ଦିଆଯିବାକୁ  ବ୍ୟବସ୍ଥା କରିଛନ୍ତି ।  ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଛି ଦଳ ।   ସେପଟେ  ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ବୋଲି  କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ସେଠାରେ କିଛି ସମୟ ରହିବା ପରେ  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ  ଭେଟିବେ । ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ମଧ୍ୟ ଜଣାପଡିଛି ।  2017ରେ ରାମନାଥ କୋବିନ୍ଦ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ବେଳେ ଆସିଥିଲେ ଏବଂ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲେ ।  ଯଦିଓ ପୂର୍ବରୁ ନବୀନ ସମର୍ଥନ ଘୋଷଣା କରିସାରିଛନ୍ତି ତଥାପି ସୈାଜନମୂଳକ ସାକ୍ଷାତ କରିବା ସହ ସମର୍ଥନ ନିହାତି ମାଗିବେ ।

 

ଏହି ଗସ୍ତ ସମୟରେ ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭାବେ ମାନ୍ୟତା ଦେଇ ରାଜ୍ୟ ସରକାର ଅତିଥି ସତ୍କାର କରିବେ  । ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ମାନ୍ୟତା ମିଳିବ । ତାଙ୍କୁ ଏସକର୍ଟ ପାଇଲଟ୍ ଏବଂ PSO ସମେତ ଅନ୍ୟାନ୍ୟ ସୁରକ୍ଷା  ଯୋଗାଇ ଦିଆଯିବ।

 

 

 

Leave A Reply

Your email address will not be published.