ମାଂଚେଷ୍ଟର: ଭାରତ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟ ଡ୍ର ରଖି ସିରିଜରେ ଏବେ ବି ତିଷ୍ଠି ରହିଛି । ଏବେ କିଙ୍ଗଷ୍ଟନ ଓଭାଲରେ ୩୧ରୁ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ପାଇଁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସିରିଜ ଡ୍ର ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ । ଅନ୍ୟଥା ଇଂଲଣ୍ଡ ସିରିଜ ଜିତିନେବ । ୫ମ ଟେଷ୍ଟରେ ଭାରତର ୪ ଜଣ ଖେଳାଳି ଚୂଡାନ୍ତ ଏକାଦଶରୁ ଓହରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କୂଲଦୀପ ଯାଦବଙ୍କୁ ୪ର୍ଥ ଟେଷ୍ଟରେ ନ ଖେଳାଇବା ନେଇ ଟିମ ମ୍ୟାନେଜମେଂଟ ବିଶେଷ କରି କୋଚ ଗୌତମ ଗମ୍ଭୀର ସମାଲୋଚିତ ହୋଇଛନ୍ତି ।
ଆଘାତ ସମସ୍ୟା ଯୋଗୁ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ରିଷଭ ପନ୍ତ ପୂର୍ବରୁ ଓହରି ସାରିଛନ୍ତି । ଯଶପ୍ରୀତ ବୁମରାହ ଯେତେଦୂର ସମ୍ଭବ ଏହି ଟେଷ୍ଟରେ ଖେଳି ନ ପାରନ୍ତି । ପୂର୍ବରୁ ସେ ୩ଟି ଟେଷ୍ଟ ଖେଳିବେ ବୋଲି କୁହାଯାଇଥିଲା । ମାଂଚେଷ୍ଟର ଟେଷ୍ଟରେ ଦଳର ଆବଶ୍ୟକତା ରହୁଥିବାରୁ ସେ ଖେଳିଥିଲେ । ଶାର୍ଦ୍ଦୂଳ ଠାକୁର ଓ ଅଂଶୁଲ କମ୍ବୋଜ ମଧ୍ୟ ପ୍ରଭାବିତ କରିପାରି ନ ଥିବାରୁ ସେମାନ ଓହରିବା ନିଶ୍ଚିତ ହୋଇଛି । ଅଂଶୁଲଙ୍କଠାରୁ ବହୁତ କିଛି ଆଶା କରାଯାଉଥିଲେ ମଧ୍ୟ ସେ ଆଭରେଜ ୧୨୯ କିଲୋମିଟର ପ୍ରତି ଘଂଟା ବେଗରେ ବୋଲିଂ କରିଥିଲେ । ଯାହା ଫଳରେ ତାଙ୍କ ଫିଟନେସ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ପନ୍ତ ଓ ବୁମcରାହଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି ।
Comments are closed.