Latest Odisha News

ହରିୟାଣାର ସୁରଜକୁଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ  ଅମିତ୍ ଶାହ 27 ଓ 28 ଅକ୍ଟୋବର 2022 ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ।

BjdElectrycity

ଦୁଇ ଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଛି। ରାଜ୍ୟର ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ ଏବଂ କେନ୍ଦ୍ରୀୟ ପୁଲିସ୍ ସଙ୍ଗଠନର ମହାନିର୍ଦ୍ଦେଶକ ମଧ୍ୟ ଚିନ୍ତନ ଶିବିରରେ ଭାଗ ନେବେ।

ଦୁଇ ଦିନର ଏହି ଚିନ୍ତନ ଶିବିରର ଉଦ୍ଦେଶ୍ୟ ହେଉଛି ‘‘ଭିଜନ୍ 2047’’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ରତା ଦିବସ ଭାଷଣରେ ଘୋଷିତ ପଞ୍ଚପ୍ରାଣର କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା। ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ ସାଇବର ଅପରାଧ ପରିଚାଳନା ପାଇଁ ଇକୋ-ସିଷ୍ଟମ ବିକଶିତ କରିବା, ପୁଲିସ୍ ବଳର ଆଧୁନିକିକରଣ, ଆପରାଧିକ ନ୍ୟାୟ ପ୍ରଣାଳୀରେ ଆଇ.ଟିର ବଢ଼ୁଥିବା ବ୍ୟବହାର, ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଏବଂ ଅନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧିତ ବିଷୟରେ ଚିନ୍ତନ କରାଯିବ।

ଚିନ୍ତନ ଶିବିରରେ ଛଅଟି ଅଧିବେଶନରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ। ଶିବିରର ପ୍ରଥମ ଦିନ ହୋମ ଗାର୍ଡ଼, ନାଗରିକ ସୁରକ୍ଷା, ଅଗ୍ନିରୁ ସୁରକ୍ଷା ଏବଂ ଶତ୍ରୁ ସମ୍ପତ୍ତି ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଷ କରାଯିବ।

ଦ୍ବିତୀୟ ଦିନ ସାଇବର ସୁରକ୍ଷା, ମାଦକ ଦ୍ରବ୍ୟର ଚୋରା ଚାଲାଣ, ମହିଳା ସୁରକ୍ଷା ଏବଂ ସୀମା ପରିଚାଳନା ପରି ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ।

ଏହା ସହ ସେଫ୍ ସିଟି ପ୍ରୋଜେକ୍ଟ, 112- ସିଙ୍ଗିଲ୍ ଏମରଜେନ୍ସି ରେସ୍‌ପନ୍ସ ସିଷ୍ଟମ, ଜିଲ୍ଲାରେ ମାନବ ଚାଲାଣ-ରୋଧୀ ୟୁନିଟ୍, ପୁଲିସ୍ ଥାନାରେ ମହିଳା ହେଲ୍‌ପ ଡେସ୍କ ଏବଂ ମତ୍ସ୍ୟଜୀବିମାନଙ୍କ ପାଇଁ ବାୟୋମେଟ୍ରିକ୍ ପରିଚୟ ପତ୍ର ପରି ପଦକ୍ଷେପ ଉପରେ ଆଲୋଚନା କରାଯିବ।

Leave A Reply

Your email address will not be published.