Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ପ୍ରଶଂସକଙ୍କ ୨୦ ବର୍ଷ ଅପେକ୍ଷାର ଘଟିବ କି ଅନ୍ତ

ଧର୍ମଶାଳା: ଆଇସିସି କ୍ରିକେଟ ଟୁର୍ଣ୍ଣାମେଂଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨୦ ବର୍ଷ ହେବ ବିଜୟ ହାସଲ କରି ନାହିଁ । ଚଳିତ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ କ୍ରମାଗତ ୪ଟି ମ୍ୟାଚରେ ବିଜୟ ହାସଲ କରି ଭଲ ଫର୍ମରେ ରହିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରି ଉଭୟ ଟିମ ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ଉଦ୍ୟମ କରିବେ । ୨୦୦୩ ବିଶ୍ୱକପ ପରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଂଟରେ ୬ ଥର ସାମ୍ନାସାମ୍ନି ହୋଇଛନ୍ତି । ଗୋଟିଏ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ବାକି ୫ଟି କିୱି ଟିମ ଜିତିଛି । ତେବେ ଓଭରାଲ ଆଇସିସି ଇଭେଂଟରେ ଉଭୟ ଟିମ ମଧ୍ୟରେ ୧୪ ଥର ମୁକାବିଲା ହୋଇଛି । ନ୍ୟୁଜିଲାଣ୍ଡ ୧୦ ଥର ବିଜୟ ହାସଲ କରିଥିବା ବେଳେ ଭାରତ ୧୯୮୭ ବିଶ୍ୱକପରେ ୨ ଥର ଓ ୨୦୦୩ ବିଶ୍ୱକପରେ ହରାଇଛି । ଟିମ ଇଣ୍ଡିଆ ଓ କିୱି ମଧ୍ୟରେ ଓଭରାଲ ୧୧୬ ଦିନିକିଆ ମ୍ୟାଚ ଖେଳାଯାଇଛି ।

ଭାରତ ୫୮ ଓ ନ୍ୟୁଜିଲାଣ୍ଡ ୫୦ରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ବାକି ୭ଟିର ଫଳାଫଳ ବାହାରି ପାରି ନାହିଁ । ଭାରତୀୟ ମାଟିରେ ୩୮ ମ୍ୟାଚ ଖେଳାଯାଇଛି । ଏଥିରେ ଟିମ ଇଣ୍ଡିଆ ୨୯ ଥର ବିଜୟୀ ହୋଇଛି । ଭାରତରେ ଖେଳାଯାଇଥିବା ୧୯୮୭ ବିଶ୍ୱକପରେ ଭାରତ ୨ଟି ଯାକ ମ୍ୟାଚରେ ନ୍ୟୁଜିଲାଣ୍ଡ ହରାଇଥିଲା । କାଗଜ କଲମ ଓ ଭାରତୀୟ ମାଟିର ରେକର୍ଡ ଦେଖିଲେ ଘରୋଇ ପରିବେଶରେ ଭାରତ ପଲା ଭାରି ରହିଛି । ଯଦି ବର୍ଷା ବାଧକ ନ ସାଜେ ୨୦ ବର୍ଷ ପ୍ରତୀକ୍ଷାର ଏକ ପ୍ରକାର ଅନ୍ତ ଘଟିବ ବୋଲି ଆଶା କରାଯାଉଛି ।

Comments are closed.