Latest Odisha News

BREAKING NEWS

ଅଜବ ପରମ୍ପରା, ଭଗବାନଙ୍କୁ ଅର୍ପଣ କରାଯାଏ ମଦ: ଜିଲ୍ଲା ପ୍ରଶାସନ ବି କରୁଛି ଅନୁସରଣ…

ଉଜୈନ୍ : ରାଜା ବିକ୍ରମଦିତ୍ୟଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ଆଜି ମଧ୍ୟ ଜିଲ୍ଲା ପ୍ରଶାସନ ଅନୁସରଣ କରୁଛି। ବିଶ୍ବାସ କରାଯାଏ,  ଯେ ମହାମାୟା ଏବଂ ଦେବୀ ମହାଲୟା ମନ୍ଦିରରେ ମାତା ଦେବୀଙ୍କୁ ମଦ ଅର୍ପଣ କରି ସହରରେ ମହାମାରୀ ବିସ୍ତାରକୁ ଏଡାଯାଇପାରିବ। ପ୍ରାୟ ୨୭ କିଲୋମିଟର ଲମ୍ବା ଏହି ମହାପୂଜାରେ  ୪୦ଟି  ମନ୍ଦିରରେ ମଦ ଦିଆଯାଉଛି। ଆଜି ସକାଳେ  ମହାଷ୍ଟମୀରେ  ମାତା ମହାମାୟା ଏବଂ ଦେବୀ ମହାଲୟାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଇ ମଦ ଅର୍ପଣ କରାଯାଇଥିଲା । ରାଜା ବିକ୍ରମଦିତ୍ୟଙ୍କ ସମୟରୁ ଏହି ପରମ୍ପରା ଚାଲିଆସୁଛି।

ସହରରେ କୌଣସି ବିପର୍ଯ୍ୟୟ କିମ୍ବା ରୋଗରୁ ଦୂରେଇ ରହିବା , ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ଦେବୀଙ୍କୁ ମଦ ଅର୍ପଣ କରାଯାଏ  ।  କଲେକ୍ଟର କୁମାର ପୁରୁଷୋତ୍ତମ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରିଛନ୍ତି। ଏହି ଯାତ୍ରା ସମ୍ବନ୍ଧରେ ଏକ  ବିଶେଷ କଥା ହେଉଛି ଏକ ପାତ୍ରରେ ମଦ ଭରି କରାଯାଏ  ।  ସମଗ୍ର ଯାତ୍ରା ସମୟରେ, ଏଥିରୁ ଏମଦ ପ୍ରବାହିତ ହୁଏ , କିନ୍ତୁ କେବେ ବନ୍ଦ ହୁଏ ନାହିଁ  । ପୂଜା ସରିବା ପରେ ମାତା ମନ୍ଦିରରେ ଦିଆଯାଇଥିବା ମଦକୁ ଭକ୍ତଙ୍କ ମଧ୍ୟରେ ପ୍ରସାଦ ଭାବରେ ବଣ୍ଟନ କରାଯାଏ। ପ୍ରସାଦ ନେବାକୁ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଆସନ୍ତି। ଉଜୈନ ସହରରେ ଏକ ପ୍ରାଚୀନ ପ୍ରବେଶ ଦ୍ୱାର ଅଛି ।  ସହରର ପ୍ରତିରକ୍ଷା ପାଇଁ ଏଠାରେ ୨୪ ସ୍ତମ୍ଭ ସ୍ଥାପନ କରାଯାଇଥିଲା । ସେଥିପାଇଁ ଏହାକୁ ଚବିଶ ସ୍ତମ୍ଭ ଫାଟକ କୁହାଯାଏ  ।

Leave A Reply

Your email address will not be published.