Latest Odisha News

BREAKING NEWS

ଆଜିଠୁ ନ୍ୟୁଜିଲାଣ୍ଡ-ଭାରତ ଟି-୨୦ ଟକ୍କର୍: ଏକାଠି ଖେଳିବେ ପାଣ୍ଡ୍ୟା ବ୍ରଦର୍ସ

ୱେଲିଂଟନ: ଭାରତୀୟ କ୍ରିିକେଟ ଦଳ କେବଳ ଟେଷ୍ଟ କି ଦିନିକିଆ ନୁହେଁ ବରଂ ଟି-୨୦ ମ୍ୟାଚରେ ମଧ୍ୟ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି । ନିକଟରେ ଅଷ୍ଟ୍ରେଲିଆକୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡକୁ ନିଜ ମାଟିରେ ଧୁଳି ଚଟାଇ ସିରିଜ୍ ହାତେଇଛି ବିରାଟ ବାହିନୀ । ଆଜିଠୁ ୱେଲିଂଟନଠାରେ ଆରମ୍ଭ ହେବାକୁ ଥିବା ତିନିଟିକିଆ ଟି-୨୦ ମ୍ୟାଚର ୧ମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଟକ୍କର ଦେବ ଶକ୍ତିଶାଳୀ ଭାରତୀୟ କ୍ରିକେଟ ଦଳ ।

ସବୁଠୁ ବଡ଼କଥା ହେଲା, ଆଜି ୱେଲିଂଟନର ସୁନ୍ଦର କ୍ରିକେଟ ଷ୍ଟାଡ଼ିୟମରେ ଭାରତୀୟ ଦଳରେ ପାଣ୍ଡ୍ୟା ଭାତୃଦ୍ୱୟ ଏକାଠି ଭାରତୀୟ ଦଳକୁ ମ୍ୟାଚରେ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ।


ଭାରତୀୟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ୍ ପାଣ୍ଡ୍ୟା ଏହି ଦୁଇ ଭାଇ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମଥର ଲାଗି ଏକାଠି ପଦାର୍ପଣ କରିବାକୁ ଯାଉଛନ୍ତି । ପୂର୍ବରୁ ମହାନ କ୍ରିକେଟର୍ ଲାଲା ଅମରନାଥଙ୍କ ଦୁଇ ସୁପୁତ୍ର ମହିନ୍ଦର ଅମରନାଥ ଏବଂ ସୁରିନ୍ଦର ଅମରନାଥ ଭାରତୀୟ ଦଳ ଲାଗି ଏକାଠି କ୍ରିକେଟ ମ୍ୟାଚ ଖେଳିଛନ୍ତି । ସେହିପରି ଇର୍ଫାନ ଫଠାନ୍ ଏବଂ ୟୁସୁଫ ଫଠାନ ମଧ୍ୟ ଭାରତୀୟ ଦଳ ଲାଗି ଏକାଠି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିବାର ସୌଭାଗ୍ୟ ହାସଲ କରିଛନ୍ତି ।

ଭାରତୀୟ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କେଦାର ଯାଦବ, ଶୁବମନ ଗିଲ୍, ଋଷଭ ପନ୍ଥ, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ।

ନ୍ୟୁଜିଲାଣ୍ଡ ଟି-୨୦ ଦଳ: କେନ୍ ୱିଲିୟମସ (ଅଧିନାୟକ), ଟିମ୍ ସିଫର୍ଟ, ରସ୍ ଟେଲର, ଜେମ୍ସ ନିସାମ, କଲିନ୍ ମୁନରୋ, ମିଚେଲ୍ ସାଣ୍ଡନର, ସ୍କଟ କୁଗେଲିନ, ଡ଼ଗ୍ ବ୍ରାସୱେଲ, ଲୋକି ଫର୍ଗୁସନ, ଟିମ୍ ସାଉଦି, ଈଶ୍ ସୋଢି ।

Leave A Reply

Your email address will not be published.