Latest Odisha News

BREAKING NEWS

ମୟଙ୍କ ଅଗ୍ରୱାଲଙ୍କ ଶତକ, ଭାରତ ନିୟନ୍ତ୍ରଣରେ ପ୍ରଥମ ଇନିଂସ

ପୁଣେ: ଭାରତ ଓ ଦକ୍ଷିଣ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେର ଏମସିଏ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ।

ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ କରିଛି ୨୭୩ ରନ ।

ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ୧୦୮ ରନର ଏକ ଆକର୍ଷଣୀୟ ଶତକ ହାସଲ କରିଥିବା ବେଳେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୫୮ ରନ କରିଛନ୍ତି । କପ୍ତାନ ବିରାଟ କୋହଲୀ ୬୩ ରନ ଏବଂ ଅଜିଙ୍କ୍ୟ ରାହାଣେ ୧୮ ରନ ସ୍କୋର କରିଛନ୍ତି ।

ଭାରତୀୟ କପ୍ତାନ ବିରାଟ କୋହଲୀ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓପନର୍ ରୋହିତ ଶର୍ମା ୧୪ ରନ କରି ସହଳ ନିଜ ୱିକେଟ ହରାଇଥିବା ବେଳେ ମୟଙ୍କ ଅଗ୍ରୱାଲ୍ ୧୦୮ ରନ ସଂଗ୍ରହ କରିଥିଲେ । ଚେତେଶ୍ୱର ପୂଜାରା ୫୮ ରନ କରି ରବାଡ଼ାଙ୍କ ଶୀକାର ହୋଇଥିଲେ ।

ପ୍ରଥମ ଦିବସର ଖେଳ ସମାପ୍ତ ବେଳକୁ କପ୍ତାନ ବିରାଟ କୋହଲୀ ୬୩ ରନ ଏବଂ ରାହାଣେ ୧୮ ରନ କରି କ୍ରିଜରେ ରହିଛନ୍ତି ।\n\nଦକ୍ଷୀଣ ଆଫ୍ରିକା ବୋଲର୍ ରାବାଡ଼ା ୩ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.