ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଓ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଓଡିଶା ଗସ୍ତରେ ଆସୁଛନ୍ତି ।
ଏହି ୨ ନେତା ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକରେ ଯୋଗ ଦେବେ । ପ୍ରଥମଥର ଲାଗି ଏହି ବୈଠକ ଓଡିଶାରେ ଆୟୋଜିତ କରାଯାଉଛି ।
ମୋହନ ଭାଗବତ ଅକ୍ଟୋବର ୧୨ରୁ ୨୦ ତାରିଖ ମଧ୍ୟରେ ଓଡିଶା ଗସ୍ତରେ ଆସିବାକୁ ଥିବା ବେଳେ ଶ୍ରୀ ନଡ୍ଡା ଅକ୍ଟୋବର ୧୫ ତାରିଖରେ ୪ ଦିନିଆ ଓଡିଶା ଗସ୍ତରେ ଆସିବା ନେଇ ସୁତ୍ରରୁ ପ୍ରକାଶ ।
Comments are closed.