Latest Odisha News

BREAKING NEWS

ରୋହିତ-ରାହୁଲ୍ ଓ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ; ୱେଷ୍ଟଇଣ୍ଡିଜକୁ ୨୪୧ ରନର ବିରାଟ ଟାର୍ଗେଟ୍ !

ମୁମ୍ବାଇ: ମୁମ୍ବାଇର ୱାଂଙ୍ଖେଡ଼େ ଷ୍ଟାଡ଼ିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଛି । ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ସାଙ୍ଗକୁ କପ୍ତାନ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂରେ ଭାରତ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡ଼ା କରିପାରିଛି । ଭାରତ ୩ଟି ୱିକେଟ ବିନିମୟରେ କରିଛି ୨୪୦ ରନ ।

ଆଜି ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିସ୍ଫୋରକ ବ୍ୟାଟିଂ କରି ସାରା ଷ୍ଟାଡ଼ିୟମରେ ଚହଳ ସୃଷ୍ଟି କରିଦେଇଥିଲେ । ଆଜି ଟିମ୍ ଇଣ୍ଡିଆ ଛକା ବର୍ଷି ଚାଲିଥିବା ବେଳେ ୱେଷ୍ଟଇଣ୍ଡିଜ୍ ବୋଲର୍ ନିଜକୁ ଅସହାୟ ମନେ କରୁଥିଲେ । ରୋହିତ ଶର୍ମା କୌଣସି ଦୟା ପ୍ରଦର୍ଶନ ନକରି ବୋଲରଙ୍କୁ ନିର୍ଘାତ ପିଟିଥିବାର ଦେଖାଯାଇଥିଲା । ସେ ୩୪ଟି ବଲରୁ ୫ଟି ବିଶାଳ ଛକା ଓ ୬ଟି ଚୌକା ସହିତ ୭୧ ରନ୍ ସଂଗ୍ରହ କରିଥିଲେ ।

ଅନ୍ୟତମ ଓପନର୍ ଲୋକେଶ୍ ରାହୁଲ୍ ୫୬ଟି ବଲରୁ ୪ଟି ଛକା ଓ ୯ଟି ଚୌକା ସହିତ କରିଥିଲେ ୯୧ ରନ ।

ଆଜି ବିରାଟ କୋହଲୀ ତାଙ୍କ ବିବାହ ବାର୍ଷିକୀ ପଡ଼ିଆରେ ପାଳିଥିବାର ଲାଗୁଥିଲା । ସେ କାରବିୟାନ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରି ଚାଲିଥିଲେ । ବିରାଟ ମାତ୍ର ୨୯ଟି ବଲରୁ ୭ଟି ବିଶାଳକାୟ ଛକା ସହିତ କରିଥିଲେ ୭୦ ରନ୍ ।

Leave A Reply

Your email address will not be published.