Latest Odisha News

BREAKING NEWS

ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ: ବିସିସିଆଇ ମୁଖ୍ୟ ଭାବେ ବାରବାଟୀ ଷ୍ଟାଡିୟମ୍ ଆସିବେ ଗାଙ୍ଗୁଲି

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ ଏକପ୍ରକାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି ।

ଆହୁରି ମଧ୍ୟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏହି ଦିନିକିଆ ମ୍ୟାଚର ଉଦଯାପନ ଉତ୍ସରେ ଯୋଗଦେବା ଲାଗି କଟକ ଆସିବେ ବୋଲି ଶୁକ୍ରବାର ଦିନ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ କୁହାଯାଇଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଓସିଏ ଅଧ୍ୟକ୍ଷ ସଞ୍ଜୟ ବେହେରା କହିଛନ୍ତି, “ଏହାର ଉଦଯାପନୀ ଉତ୍ସବରେ ସାମିଲ ହେବା ଲାଗି ଆମେ ବିସିସିଆଇର ସଭାପତିଙ୍କୁ ନିମନ୍ତ୍ରଣ କରିଥିଲୁ ଏବଂ ସେନେଇ ସମ୍ମତି ମଧ୍ୟ ପ୍ରଦାନ କରିଛନ୍ତି । ଏପରିକି ଏହା ତାଙ୍କର ପ୍ରଥମ ବାରବାଟୀ ଗସ୍ତ ହେବ ।

ଏହାବ୍ୟତିତ ଅଫଲାଇନ୍ ଟିକେଟ୍ ବିକ୍ରି ସମ୍ପର୍କରେ ଶ୍ରୀ ବେହେରା କହିଛନ୍ତି ଯେ ଆସନ୍ତା ଡିସେମ୍ବର ୧୬ ଓ ୧୭ ତାରିଖରେ ଟିକେଟ୍ ଗୁଡିକୁ ଆମେ ଏଜେନ୍ସିକୁ ହସ୍ତାନ୍ତର କରିବୁ । ପରବର୍ତ୍ତୀ ସମୟରେ ତଥା ଡିସେମ୍ବର ୧୯ ଓ ୨୦ ତାରିଖରେ ଷ୍ଟାଡିୟମ୍ ପରିସରରେ ପାଖାପାଖି ୧୨ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ” ।

ଏହାବ୍ୟତିତ ଷ୍ଟାଡିୟମର ନବୀକରଣ ଜାରି ରହିଥିବା ବେଳେ ଏହାର ମୁଖ୍ୟ ଆକର୍ଷଣ କ୍ଲକ୍ ଟାୱାର ହେବ ବୋଲି ଓସିଏ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.