Latest Odisha News

BREAKING NEWS

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତ ହୋଇପାରେ ବାତିଲ !

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିକଟରେ ଭାରତ ଗସ୍ତରେ ଆସିବାକୁ ଥିବାବେଳେ ସେ ଏହି ଗସ୍ତକୁ ବାତିଲ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଆସାମର ଗୌହାଟୀରେ ପ୍ରଧାନମନ୍ତ୍ରୀ ଆବେ ଓ ମୋଦିଙ୍କର ସାକ୍ଷାତ ହେବାକୁ ଥିବାବେଳେ ନାଗରିକତା ସଂଶୋଧନ ବିଲକୁ ନେଇ ଏବେ ସେଠାରେ ଜୋରଦାର୍ ବିରୋଧ ପ୍ରଦର୍ଶନ କରାଯାଉଛି ।

ଏହି ନେତାଙ୍କ ମଧ୍ୟରେ ହେବାକୁ ଥିବା ୧୬ତମ ଶିଖର ବୈଠକ ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥାଆନ୍ତା ।

ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଏସମ୍ପର୍କରେ ଆମ ନିକଟରେ କିଛି ସଦ୍ୟତମ ସୂଚନା ନାହଁ” ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ବାଂଲାଦେଶର ବିଦେଶ ମନ୍ତ୍ରୀ ଏ.କେ.ଅବଦୁଲ୍ଲ ମୋମିନ୍ ମଧ୍ୟ ଭାରତ ଗସ୍ତକୁ ସ୍ଥଗିତ କରିଥିଲେ ।

Leave A Reply

Your email address will not be published.