Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟ କାଳ ଲାଗି ବୌଦ୍ଧ ବନ୍ଦ, ଜୀବନ ଯାତ୍ରା ବାଧାପ୍ରାପ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ୪ ଦଫା ଦାବି ପୂରଣ ଲାଗି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସୋମବାର ଦିନ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ଡ଼ାକରା ଦିଆଯାଇଛି, ଏହି ବନ୍ଦ ଫଳରେ ଜିଲ୍ଲାରେ ଜୀବନ ଯାତ୍ରା ବ୍ୟାହତ ହୋଇପଡ଼ିଛି ।

ଏହି ବନ୍ଦ ଡ଼ାକରା ଯୋଗୁଁ ସମଗ୍ର ଜିଲ୍ଲାର ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ, ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି ।

ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପିକେଟିଂ କରି ରାସ୍ତା ଅବରୋଧ କରିଥିବାର ଖବର ହସ୍ତଗତ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ବିଜେପି ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଦୁଇଜଣ କର୍ମୀଙ୍କୁ ଅଟକ ରଖିଛି ।

ଯୁବ ମୋର୍ଚ୍ଚା ପକ୍ଷରୁ ଯେଉଁ ୪ଟି ଦାବି କରାଯାଇଛି ସେଗୁଡ଼ିକ ମଧ୍ୟରେ ରହିଛି, ଜିଲ୍ଲା ଭିତ୍ତିକ ଷ୍ଟାଫ ନର୍ସ ପଦବୀରେ ନିଯୁକ୍ତି, ବୌଦ୍ଧ ଜିଲ୍ଲାରେ ଧାନମଣ୍ଡି ବନ୍ଦ କରାଯିବାକୁ ବିରୋଧ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହିତ ସମଗ୍ର ଜିଲ୍ଲାରେ ରେଭିନ୍ୟୁ ଇନିସପେକ୍ଟର (ଆରଆଇ) ଓ ଅମିନ ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯାଉ । ଏହି ଦୁର୍ନୀତିର ଦଦନ୍ତ କରାଯିବା ସହିତ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି ।

Leave A Reply

Your email address will not be published.