Latest Odisha News

BREAKING NEWS

ବଲାଙ୍ଗୀରରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ତୁଷୁରା ଛକ ନିକଟରେ ପୋଲିସ୍ ଏନକାଉଣ୍ଟରରେ ରବିବାର ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା ଆହତ ହୋଇଛି।

ଆହତ ଅପରାଧୀ ଜଣକ କ୍ରିଷ୍ଣା ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ତୁଷୁରା ଛକ ନିକଟରେ ଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ଓ ସ୍ଥାନୀୟ ପୋଲିସ ମିଳିତ ଉଦ୍ୟମରେ ରବିବାର ରାତିରେ ଚଢାଉ କରିଥିଲେ । ଏହି ସମୟରେ କ୍ରିଷ୍ଣା ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା। ଏହି ଗୁଳି ଚାଳନାରେ ବାବୁର ବାମ ଗୋଡରେ ଗୁଳି ବାଜିଥିଲା ।

ଅନ୍ୟପକ୍ଷରେ ଆହତ କ୍ରିଷ୍ଣାକୁ ଚିକିତ୍ସା ନିମନ୍ତେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

କ୍ରିଷ୍ଣା ଠାରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଏବଂ ୨ଟି ଗୁଳି ଜବତ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଆହୁରି ମଧ୍ୟ କ୍ରିଷ୍ଣା ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଛି। ଏଥିସହିତ ଦେଓଗାଁ ବ୍ଲକର ବଡବନ୍ଧ ଶାଖା ଆନ୍ଧ୍ର ବ୍ୟାଙ୍କର ୧୯ ଲକ୍ଷ ଟଙ୍କା ଏବଂ ମଦଭାଟି ମ୍ୟାନେଜରଙ୍କ ଠାରୁ ତିନି ଲକ୍ଷ ଟଙ୍କା ଡକାୟତି ଘଟଣାରେ ସେ ସମ୍ପୃକ୍ତି ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.