Latest Odisha News

BREAKING NEWS

ସ୍ୱାଧିନତା ଦିବସ ୨୦୨୦: ମହାନ ନାୟକଙ୍କ କାହାଣୀ !

ଭୁବନେଶ୍ୱର: ସାରା ଦେଶରେ କରୋନା ମହାମାରୀର ଚଡକ । ହେଲେ ବି ଅଣ୍ଟା ସଳଖି ଛିଡା ହୋଇ ଭାରତ ପ୍ରତିବର୍ଷ ଭଳି ପାଳିବ ସ୍ୱାଧିନତା ଦିବସ । ୧୯୪୭, ଅଗଷ୍ଟ୧୫ରେ ଭାରତ ହାସଲ କରିଥିଲା ସ୍ୱାଧିନତା । ହେଲେ ଏହି ଧାରାରେ ବଳିପଡିଥିଲେ ଅନେକ ମହାନ ନାୟକ, ବୀର ସୁପୁତ୍ର ଓ ସେନା ନାୟକ ।

୨୦୦ ବର୍ଷର ଗୁଲାମୀ ପରେ ବ୍ରିଟିଶ ଶାସନରୁ ମୁକ୍ତି ପାଇଥିଲା ଭାରତ । ୧୮୫୭ରେ ପ୍ରଥମ ଥର ପାଇଁ ଭାରତର ସ୍ୱାଧିନତା ପାଇଁ ନିଅଁ ପଡିଥିଲା । ଏହା ପରେ ସମୟସମୟରେ ଆମରଣ ଅନଶନ, ଆନ୍ଦୋଳନ ଓ ଇଂରେଜଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଥିଲା । ଆମ ଭାରତରେ ଏପରି କିଛି ସ୍ୱାଧିନତା ସଂଗ୍ରାମୀ ଥିଲେ, ଯେଉଁମାନେ କି ସ୍ୱାର୍ଥ ବଦଳରେ ନିଜ ମାଟି ମାଆ ପାଇଁ ରକ୍ତ, ସ୍ୱାଭିମାନ ଓ ଦେଶଭକ୍ତିକୁ ଉତ୍ସର୍ଗୀକୃତ କରିଥିଲେ । ଶେଷରେ ସେମାନଙ୍କ ତପସ୍ୟା ସଫଳ ହୋଇଥିଲା । ବ୍ୟବସାୟୀ ରୂପେ ଭାରତରେ ଅନୁପ୍ରବେଶ କରି ଭାରତକୁ ଶାସନ କରୁଥିବା ଗୋରା ଜାତିକୁ ଭାରତର ଅନେକ ଯୋଦ୍ଧା ତଡିବାକୁ ସକ୍ଷମ ହୋଇଥିଲେ ।

ଭାରତକୁ ବ୍ୟବସାୟ ପାଇଁ ଡଚ୍‌, ପର୍ତୁଗାଲ, ବ୍ରିଟିଶ, ଫରାସୀ ଓ ତୁର୍କିର ଲୋକ ଆସିଥିଲେ । ହେଲେ ସମସ୍ତଙ୍କ ମଧ୍ୟରୁ ଇଂରେଜମାନେ ଅଧିକ ଦିନ ଧରି ଭାରତରେ ବ୍ୟବସାୟ କରିବା ସହ ଇଷ୍ଟ ଇଣ୍ଡିଆ କମ୍ପାନୀ ସ୍ଥାପନ କରିଥିଲେ । ଯାହାପରେ ସେମାନେ ଭାରତୀୟଙ୍କୁ ଗୁଲାମ ବନାଇଥିଲେ । ୧୮୫୭ରୁ ୧୯୪୭ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହରୁ, ମହମ୍ମଦ ଅଲ୍ଲି ଜିନ୍ନା, ସୁବାଷ ଚନ୍ଦ୍ର ବୋଷ, ଶୁକଦେବ, ଚନ୍ଦ୍ରଶେଖର ଆଜାଦ, ତିଲକା ମାଂଝି, ଭଗତ ସିଂ, ସର୍ଦାର ବଲ୍ଲଭ ଭାଇ ପଟେଲ, ବାହାଦୁର ଶାହ ଜାଫର, ମଙ୍ଗଳ ପାଣ୍ଡେ, ରାଜେନ୍ଦ୍ର ପ୍ରସାଦ ଓ ସରୋଜିନୀ ନାଇଡୁଙ୍କ ଭଳି ସ୍ୱାଧିନତା ସଂଗ୍ରାମୀ ଭାରତର ମହାନାୟକ ସାଜିଥିଲେ ।

ମହାତ୍ମା ଗାନ୍ଧୀ – ମୋହନଦାସ କରମଚାନ୍ଦ ଗାନ୍ଧୀ । ଭାରତ ତଥା ସାରା ବିଶ୍ୱରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ । ଆଫ୍ରିକାରେ ଟ୍ରେନରେ ଯାଉଥିବାବେଳେ ତାଙ୍କ ସହ ଏକ ଅଘଟଣ ଘଟିଥିଲା । ଯାହା ପରେ ସେ ଇଂରେଜଙ୍କ ବିରୋଧରେ ଆରମ୍ଭ କରିଥିଲେ ସ୍ୱାଧିନତା ଆନ୍ଦୋଳନ ।

ପଣ୍ଡିତ ଜବାହାରଲାଲ ନେହେରୁ – ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ତାଙ୍କୁ ଆଧୁନିକ ଭାରତର ରଚୟିତାର ଆଖ୍ୟା ଦିଆଯାଇଥିଲା । ୧୪ ନଭେମ୍ବରେ ଜନ୍ମିତ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା ।

ସୁବାଷ ଚନ୍ଦ୍ର ବୋଷ – ଭାରତର ସ୍ୱାଧିନତାରେ ସୁବାଷ ଚନ୍ଦ୍ର ବୋଷଙ୍କର ବି ବହୁତ ବଡ ଯୋଗଦାନ ରହିଛି । ବିଭିନ୍ନ ଦେଶ ଗସ୍ତ କରି ଏହି ସାହାସୀ ନେତା ଇଂରେଜ ଶାସନକୁ କରିଥିଲେ ଖୋଲା ଚ୍ୟାଲେଂଜ । ଟୋକିଓ ଯିବାବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲେ ଆଜି ବି ତାଙ୍କ ମୃତ୍ୟୁ ଓ ନିଖୋଜ ହେବାର ରହସ୍ୟ ଉନ୍ମୋଚନ ହୋଇପାରିନି ।

ଭଗତ ସିଂ, ରାଜଗୁରୁ ଓ ଶୁକଦେବ – ସ୍ୱାଧିନତା ସଂଗ୍ରାମରେ ଭଗତ ସିଂ ଓ ତାଙ୍କ ବନ୍ଧୁମାନେ ସର୍ବଦା ଆଗୁଆ ରହିଥିଲେ । ବ୍ରିଟିଶ ସଂସଦ ଉପରେ ବୋମା ପକାଇବାକୁ ଯୋଜନା କରିଥିବା ଏହି ଯୋଦ୍ଧାମାନେ ପରବର୍ତ୍ତୀ ସମୟରେ ଆତ୍ମସମର୍ପଣ କରିଥିଲେ । ୧୯୨୯ରେ ଭଗତ ସିଂଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଥିଲା । ଅନ୍ୟ ଏକ ମାମଲାରେ ତାଙ୍କୁ ଫାଶିଦଣ୍ଡାଦେଶ ବି ହୋଇଥିଲା । ହେଲେ ମୃତ୍ୟୁ ପୂର୍ବରୁ ସେ ଇନ୍‌କିଲାବ୍ ଜିନ୍ଦାବାଦ କହିବାକୁ ତିଳେ ହେଲେ ପଛଘୁଂଚା ଦେଇନଥିଲେ ।

ଚନ୍ଦ୍ରଶେଖର ଆଜାଦ – ଭଗତ ସିଂଙ୍କ ଭଳି ଚନ୍ଦ୍ରଶେଖର ଆଜାଦ ବି ସ୍ୱାଧୀନ ମାନସିକତାରେ ବିଶ୍ୱାସ ରଖୁଥିଲେ । ଦିଲ୍ଲୀର ସେଣ୍ଟ୍ରାଲ ଏସେମ୍ବଲିରେ ସେ ବୋମା ବିସ୍ଫୋରଣ କରିଥିଲେ । ଦିନେ ଅଲ୍‌ଫ୍ରେଡ୍ ପାର୍କରେ ସେ ବସିଥିବାବେଳେ ଇଂରେଜ ସୈନିକମାନେ ତାଙ୍କୁ ଘେରିଯାଇଥିଲେ । ହେଲେ ଶେଷ ସମୟବେଳକୁ ସେ ତାଙ୍କୁ ଧରା ନଦେଇ ନିଜକୁ ଗୁଳିବିଦ୍ଧ କରିଥିଲେ ।

ତିଲକା ମାଂଝି – ଐତିହାସିକଙ୍କ ମତରେ ମଙ୍ଗଳ ପାଣ୍ଡେଙ୍କ ପୂର୍ବରୁ ପ୍ରାୟ ୧୦୦ ବର୍ଷ ପୂର୍ବେ ୧୭୮୪ରେ ତିଲକା ମାଂଜି ଇଂରେଜଙ୍କ ବିରୋଧରେ ହତିଆର ଉଠାଇଥିଲେ । ସେ ସମୟରେ ଆଦିବାସୀ ସମୁହର ନେତା ବନିଥିବା ତିଲକା ମାଂଝି ପ୍ରଥମ ବ୍ୟକ୍ତି ଥିଲେ, ଯିଏ ଇଂରେଜଙ୍କ ଶୋଷଣ ବିରୋଧରେ ସ୍ୱର ଉତୋଳନ କରିଥିଲେ ।

ତାରକନାଥ ଦାଶ – ଭାରତର ସ୍ୱାଧିନତାରେ କିଛି ସାମ୍ବାଦିକଙ୍କର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦାସ୍ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଖବର କାଗଜର ସଂସ୍ଥାପକ ଥିଲେ ତାରକନାଥ ଦାସ । ନିଜ ପତ୍ରିକା ଜରିଆରେ ତାରକନାଥ ଭାରତୀୟଙ୍କ ଗାଥା ଲେଖିବା ସହ ଇଂରେଜମାନଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ ।

ଏହି ସମସ୍ତ ସ୍ୱାଧିନତା ସଂଗ୍ରାମୀ ଓ ସମର୍ଥକଙ୍କୁ ବାଦ୍ ଦେଲେ ଏମିତି ଅନେକ ବ୍ୟକ୍ତିତ୍ୱ ଥିଲେ, ଯେଉଁମାନେ ଭାରତ ପାଇଁ ବିଭିନ୍ନ ଉପାୟରେ ଲଢି ଅସଂଖ୍ୟ ଭାରତୀୟଙ୍କୁ ଚଖାଇଥିଲେ ସ୍ୱାଧିନତାର ସ୍ୱାଦ ।

Leave A Reply

Your email address will not be published.