Latest Odisha News

BREAKING NEWS

ନିୟମ ଭାଙ୍ଗିଲେ ୧ଲକ୍ଷ ଟଙ୍କା ଯାଏଁ ଜରିମାନା !

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ ନିଷ୍ପତି ନେଇଛନ୍ତି । ଏଣିକି କୋଭିଡ ନିୟମ ନମାନିଲେ ଆଉ ନିସ୍ତାର ନାହିଁ । ନିୟମ ଉଲ୍ଲଂଘନକାରୀଙ୍କୁ ପଡିପାରେ ମହଙ୍ଗା । ରୋନା କଟକଣା ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ପାଇଁ କରାଯିବ ବ୍ୟବସ୍ଥା ।

ଆଜିର କ୍ୟାବିନେଟ ବୈଠକରେ ମହାମାରୀ ଆଇନ୍‌ରେ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବକୁ ସରକାର ମଂଜୁରୀ ଦେଇଛନ୍ତି । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯିବ । ଏବେ ମହାମାରୀ ଆଇନ ଅନୁସାରେ କଟକଣା ନମାନିବା, ମାସ୍କ ନପିନ୍ଧିବା ଓ ବାହାରେ ଛେପ ପକାଇବା ଭଳି ଆଇନ ଉଲଘଂନ ପାଇଁ ୧ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି । ଏହି ଆଇନରେ ସଂଶୋଧନ କରି ଜରିମାନା ବ୍ୟବସ୍ଥାକୁ ବଢ଼ାଇ ପାରନ୍ତି ସରକାର ।

Leave A Reply

Your email address will not be published.