Latest Odisha News

BREAKING NEWS

ସ୍ୱାଧୀନତା ଦିବସ: ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କର ବି ରହିଛି ପ୍ରମୁଖ ଯୋଗଦାନ

ଭୁବନେଶ୍ୱର: ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ତଥା ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଯୋଗଦାନ ଖୁବ୍ ରହିଛି । ଯେଉଁମାନେକି ଏକଜୁଟ୍ ହୋଇ ଭାରତୀୟ ମାଟିରୁ ବ୍ରିଟିଶ ମାନଙ୍କୁ ତଡିବାରେ ସଫଳ ହୋଇଥିଲେ ।

ସ୍ୱାଧୀନତା ପାଇବା ପାଇଁ ପୁରୁଷ ମାନଙ୍କ ସହ ମହିଳା ସଂଗ୍ରାମୀ ମାନେ କାନ୍ଧରେ କାନ୍ଧ ମିଶାଇ ଆଗେଇ ଆସିଥିଲେ । ଏହି ଅବସରରେ ଜାଣନ୍ତୁ ସେହି ମହିୟସୀ ମହିଳା ମାନଙ୍କ ସମ୍ପର୍କରେ, ଯାହାଙ୍କର ଅବଦାନ ପୁରୁଷଙ୍କ ତୁଳନାରେ କିଛି କମ୍ ନଥିଲା ।

ସରୋଜିନୀ ନାଇଡୁ- ‘ଦ ନାଇଟିଙ୍ଗେଲ୍ ଅଫ୍ ଇଣ୍ଡିଆ’ ଅବା ଭାରତର ବୁଲବୁଲ୍ ଭାବରେ ସେ ଖୁବ୍ ପରିଚିତ ଥିଲେ । ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଓ ନେତ୍ରୀ । ଏପରିକି ସରୋଜିନୀ ସ୍ୱାଧୀନ ଭାରତବର୍ଷର ପ୍ରଥମ ମହିଳା ରାଜ୍ୟପାଳ ହୋଇପାରିଥିଲେ । ପରେ ୧୯୦୫ ମସିହାରେ ‘ବଙ୍ଗ ଭଙ୍ଗ’କୁ ବିରୋଧ କରି ସରୋଜିନୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।

ଏହାବ୍ୟତିତ ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତ ଛାଡ ଆନ୍ଦୋଳନ ସମୟରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ । ସେ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ରହିଥିଲେ । ଏପରିକି ସ୍ୱାଧୀନତାର ଆନ୍ଦୋଳନରେ ସାମିଲ ହୋଇ ସେ ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ଦେଶ ପ୍ରେମର ବହ୍ନି ଜାଗ୍ରତ କରିଥିଲେ ।

ଋାଣୀ ଲକ୍ଷ୍ମୀବାଈ- ବନାରସର ଏକ ମରାଠି ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରାଣୀ ଲକ୍ଷ୍ମୀବାଈ । ସେ ଝାନ୍ସୀର ନରେଶ ଗଙ୍ଗାଧର ରାଓ ନେଭଲକରଙ୍କ ସହିତ ହୋଇଥିଲା । ସେ ସମୟରେ ଭାରତର ଏକ ଇଙ୍ଗ ଭୂ-ଭାଗ ଇଂରେଜଙ୍କ ଶାସନାଧିନ ରହିଥିଲା । ସେମାନେ ଝାନ୍ସି ଉପରେ ବି ଅକ୍ତିଆର କରିବାକୁ ଚାହୁଁଥିଲେ । ଏପରିକି ସେମାନେ ରାଣୀଙ୍କ ପୋଷ୍ୟପୁତ୍ରକୁ ଉତ୍ତରାଧିକାରୀ ଭାବେ ମାନିବାକୁ ମନା କରିଦେଇଥିଲେ ।

ଯାହା ପରେ ବ୍ରିଟିଶର ମାନେ ଝାନ୍ସୀ ଉପରେ ଆକ୍ରମଣ କରିଥିଲେ । ହେଲେ ସେମାନଙ୍କ ଯୁଦ୍ଧର କଡା ଜବାବ ଦେଇ ପରିଶେଷରେ ଲକ୍ଷ୍ମୀବାଈ ବୀରଗତି ପ୍ରାପ୍ତ ହୋଇଥିଲେ ।

ସାବିତ୍ରୀବାଈ ଫୁଲେ- ସାବିତ୍ରୀବାଈ ଫୁଲେ ଦେଶର ପ୍ରଥମ ମହିଳା ଶିକ୍ଷକ ଓ ସମାଜସେବିକା ଥିଲେ । ଯାହାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା- ପରମ୍ପରାର ଦ୍ୱାହି ଦେଇ ଝିଅମାନଙ୍କ ଉପରେ ଲଗା ଯାଉଥିବା ଅଙ୍କୁଶକୁ କାଢି ସେ ସେମାନଙ୍କୁ ଶିକ୍ଷିତ କରାଇବାକୁ ଚାହୁଁଥିଲେ । ସେ ୧୮୩୧ ମସିହା ଜାନୁଆରୀ ମାସରେ ମହାରାଷ୍ଟ୍ରର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

ମାତ୍ର ୯ ବର୍ଷ ବୟସରେ ବିବାହ କରିଥିବା ଫୁଲେ ମହାମାରୀ ପ୍ଲେଗରେ ରୋଗୀଙ୍କର ସେବା ଶୁଶ୍ରୁଷା କରିବା ସହିତ ତାଙ୍କର ଦେହାନ୍ତ ହୋଇଥିଲା ।

ବେଗମ୍ ହଜରତ ମହଲ- ବେଗମ୍ ହଜରତ ମହଲଙ୍କୁ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମରେ ପ୍ରଥମ ମହିଳା ସ୍ୱତନ୍ତ୍ରତା ସେନାନୀ ଭାବେ ପରିଚିତ । ୧୮୨୦ ମସିହାରେ ଫୈଜାବାଦରେ ବେଗମ୍ ହଜରତ ମହଲ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରିଟିଶ ନୀତିଙ୍କୁ ବୁଝିପାରି ହିନ୍ଦୁ ଓ ମସଲିମ ମାନଙ୍କ ମଧ୍ୟରେ ଏକତା ବଜାୟ ରଖିବା ସହ ବ୍ରିଟିଶ ଶାସନ ବିରୋଧରେ ସଂର୍ଘଷ ଆରମ୍ଭ କରିଥିଲେ । ସେମାନଙ୍କ ସହ ଲଢେଇ କରି ୧୮୭୯ ମସିହାରେ ପ୍ରାଣତ୍ୟାଗ କରିଥିଲେ।

Leave A Reply

Your email address will not be published.