Latest Odisha News

BREAKING NEWS

ମାସ୍କ ନ ପିନ୍ଧି ଯୁକ୍ତି କଲେ ଜାଡେଜାଙ୍କ ପତ୍ନୀ ରିବାବା

ରାଜକୋଟ:ଭାରତୀୟ କ୍ରିକେଟ ଦଳର ସଦସ୍ୟ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ମଙ୍ଗଳବାର ମୂର୍ଖାମୀର ପରିଚୟ ଦେଇଛନ୍ତି । ସେ ମାସ୍କ ନ ପିନ୍ଧି କାରରେ ୨/୩ଜଣ ବ୍ୟକ୍ତିଙ୍କ ସହ ଯାଉଥିଲେ । ଏହା ଦେଖି ମହିଳା ହେଡ କନେଷ୍ଟବଳ ସୋନାଲ ଗଣେଶ୍ୱରୀ ତାଙ୍କୁ ରୋକି ଜରିମାନା ଦେବାକୁ କହିଥିଲେ । ରିବାବା କିନ୍ତୁ ଏ ନେଇ ସୋନାଲଙ୍କ ସହ ଯୁକ୍ତି କରିଥିଲେ । ଏହା ପରେ ସୋନାଲଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ରିବାବା ଇତି ମଧ୍ୟରେ ଜରିମାନା ଦେଇ ସେ ସ୍ଥାନରୁ ଖସି ପଳାଇଥିଲେ ।

ତାଙ୍କର ଏହି କାର୍ଯ୍ୟକୁ କିନ୍ତୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ରିବାବା ଗତ ବର୍ଷ ବିଜେପିରେ ଯୋଗ ଦେଇଥିଲେ । ପୂର୍ବରୁ ୩ ମାର୍ଚ୍ଚ ୨୦୧୯ରେ ଜଣେ କନେଷ୍ଟବଳ ଗାଡିକୁ ରିବାବାଙ୍କ କାର ଧକ୍କା ଦେଇଥିଲା । ଏ ନେଇ ଉଭୟଙ୍କ ଯୁକ୍ତିତର୍କ ହୋଇଥିଲା । ଶେଷରେ ପୋଲିସଜଣକ ରିବାବାଙ୍କ ଚୁଟି ଘୋଷାରୀ ବାଡେଇଥିଲେ ।

Leave A Reply

Your email address will not be published.