Latest Odisha News

ଆସନ୍ତୁ ଜାଣିବା ଭାରତର କେଉଁ ସ୍ଥାନରେ ୧୮ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଏ

କଲିକତା: ସାରା ଭାରତ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ୧୮ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳିତ ହୋଇଥାଏ । ଆସନ୍ତୁ ଜାଣିବା ଏହାର କାରଣ କଣ ଥିଲା ?
୧୨ ଅଗଷ୍ଟ ୧୯୪୭ରେ ଭାରତ ସ୍ୱାଧୀନ ହେବାକୁ ଯାଉଛି ବୋଲି ଇଂରେଜମାନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ରେଡିଓରେ ବାର୍ତା ଦିଆଗଲା ୧୪ ଅଗଷ୍ଟରେ ପାକିସ୍ତାନ ଏବଂ ୧୫ରେ ଭାରତ ସ୍ୱାଧୀନ ହେବ । ଭାରତ-ପାକିସ୍ତାନ ମ୍ୟାପ ଜାରି ହୋଇ ନ ଥିବାରୁ ନଦିଆ ଜିଲାର ୫ଟି ସ୍ଥାନକୁ ପାକିସ୍ତାନର ବୋଲି କେତେକ ଲୋକ ସେଠାରେ ଘୋଷଣା କଲେ । ଏଠାରେ ଅଧିକ ହିନ୍ଦୁ ଥିବାରୁ ସେମାନେ କ୍ରୋଧୀତ ହୋଇ ପଡିଥିଲେ । ଫଳରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଲା ।

ରାଣୀ ଜ୍ୟୋର୍ତିମୟୀ ଦେବୀ, ଶ୍ୟାମ ପ୍ରସାଦ ମୁର୍ଖାଜୀ ଓ କାବୁ ଲାହିରି ସମେତ ନେତାମାନେ ଏହାକୁ ବିରୋଧ କରିଥିଲେ । ଭାଇସରାୟ ଲର୍ଡ ମାଂଉଟବେଂଟନ ପାଖରେ ଏହି ଖବର ପଂହଚିଲା । ସେ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଡାକି ଆଲୋଚନା କଲେ । ପରେ ଏହି ଅଂଚଳଗୁଡିକ ଭାରତର ବୋଲି ଘୋଷଣା କରାଗଲା । ତେବେ ନୂତନ ମ୍ୟାପ ପଂହଚିବାରେ ୨ ଦିନ ଲାଗି ଯାଇଥିଲା । ୧୭ ରାତିରେ ଖବର ପାଇବା ପରେ ଏହି ଅଂଚଳର ଲୋକମାନେ ପାକିସ୍ତାନ ପତାକା ଫୋପାଡି ଦେଇଥିଲେ । ୧୮ ଅଗଷ୍ଟ ସକାଳୁ ଧୂମଧାମରେ ସ୍ୱାଧୀନତା ଦିବସ ପାଳନ କରିଥିଲେ । ସେବେଠାରୁ ୧୮ ଅଗଷ୍ଟରେ ଏଠାରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି ।

Comments are closed.