Latest Odisha News

BREAKING NEWS

କୋଭିଡ୍ ଯୋଦ୍ଧା ଓ ସୀମିତ ଲୋକଙ୍କୁ ନେଇ ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ, ସେନେଇ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଚଳିତବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ଦିବସ ପାଳନ କମିଟି ବୈଠକ ବସିଛି । ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଂଜୟ ସିଂଙ୍କ ସହ ମୁଖ୍ୟ ଶାସନ ସଚିବ ସ୍ୱାଧୀନତା ଦିବସପାଳନର ବିଭିନ୍ନ ଦିଗ ନେଇ ଆଲୋଚନା କରିଛନ୍ତି ।

ସ୍ୱାଧୀନତା ଦିବସ ପାଳନ ବେଳେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତା ନିୟମ ଅନୁପାଳନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । କରୋନା କଟକଣା ଦୃଷ୍ଟିରୁ ପରେଡ୍ ଅନୁଷ୍ଠିତ ହେବନାହିଁ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ । ୩ଟି ପୋଲିସ ବାହୀନିର ଟ୍ରୁପ୍ ମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । କୋଭିଡ୍ ଯୋଦ୍ଧାଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ଏଥର ସ୍ୱାଧୀନତା ଦିବସ ହେବ ।

ମଂଚ ନିର୍ମାଣ, ବ୍ୟାରିକେଡିଂ, ପାନୀୟ ଜଳ ଯୋଗାଣ, ପରିମଳ, ଆଇନ୍ ଶୃଙ୍ଖଳା, ଆଶୁ ଚିକିତ୍ସା, ଅତିଥି ବସିବା ସ୍ଥାନ ଓ ଆନୁସଙ୍ଗିକ ବ୍ୟବସ୍ଥା ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.