Latest Odisha News

ସାମ୍ବାଦିକଙ୍କୁ ବିଭତ୍ସ ଭାବେ ହତ୍ୟା: ଛାତି ଥରାଇବ ବ୍ୟବଚ୍ଛେଦ ରିପୋର୍ଟ

ବିଜାପୁର: ଖବର ପ୍ରସାରଣ କାଳ ସାଜିଲା । ଚାଲିଗଲା ଜୀବନ । ଦିନ ଗଡିବା ସାଙ୍ଗରେ ଏବେ ଫିଟୁଛି ଗୋଟେ ପରେ ଗୋଟେ ଛତିଶଗଡ ସାମ୍ବାଦିକଙ୍କ ମୃତ୍ୟୁ ରହସ୍ୟ। କିପରି ଅତି ନିର୍ମମ ଭାବେ ନିଜର ସମର୍କୀୟ ଭାଇ ହିଁ ତାଙ୍କ ପ୍ରାଣ ନେଇଥିଲା ତାହା ଆପଣ ଜାଣିଲେ ବାସ୍ତବରେ ଆପଣଙ୍କ ଛାତି ଥରି ଉଠିବ ।

ତେବେ ଛତିଶଗଡ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ମୃତ୍ୟୁ ଏବେ ସାର ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଏବେ ସାମ୍ନାକୁ ଆସିଥିବା ମୁକେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଅତି ବିଭତ୍ସ ଭାବେ ସାମ୍ବାଦିକଙ୍କୁ ହତ୍ୟା କରିଥିଲା ଠିକାଦାର ସୁରେଶ ଚନ୍ଦ୍ରକାର । ୨୮ ବର୍ଷୀୟ ସାମ୍ବାଦିକଙ୍କ ଯକୃତ ଚାରି ଖଣ୍ଡ, ପଞ୍ଜରା ହାଡ ପାଞ୍ଚ ଭାଙ୍ଗ, ମୁଣ୍ଡରେ ୧୫ଟି ଫ୍ରାକ୍ଚର ରହିଥିବା ବେଳେ ବେକ ହାଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏମିତିକି ତାଙ୍କ ହୃଦୟ ମଧ୍ୟ ଛିଣ୍ଡି ବାହାରକୁ ବାହାରି ଯାଇଥିଲା । ପୋଷ୍ଟମର୍ଟମ କରିଥିବା ଡାକ୍ତର ମଧ୍ୟ ସ୍ତବ୍ଧ ହୋଇଥିଲେ । ସେମାନଙ୍କ କହିବା କଥା, ତାଙ୍କ ଗତ ୧୨ ବର୍ଷର କ୍ୟାରିୟରରେ ସେମାନେ ଏପରି ମାମଲା ଦେଖି ନାହାନ୍ତି ।

ସେପଟେ ଛତିଶଗଡ଼ରେ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଠିକାଦାର ସୁରେଶ ଚନ୍ଦ୍ରକାରଙ୍କୁ ରବିବାର ହାଇଦ୍ରାବାଦରୁ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗିରଫ କରିଛି । ସାମ୍ବାଦିକଙ୍କ ପୋଷ୍ଟମର୍ଟମ ପରୀକ୍ଷାରୁ ଏହି ବିଭତ୍ସ ହତ୍ୟାକାଣ୍ଡର ସତ୍ୟତା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଚାରିଆଡେ ବିରୋଧ ଦେଖାଦେଇଛି । ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।

ତେବେ ଗତ ୧ ତାରିଖରୁ ଛତିଶଗଡ ବିଜାପୁର ଜିଲ୍ଲାର ଜଣେ ସାମ୍ବାଦିକ ମୁକେଶ ଚନ୍ଦ୍ରାକାର ନିଖୋଜ ରହିଥିବା ବେଳେ ଗତ ୩ ତାରିଖରେ ତାଙ୍କ ମୃତ ଦେହ ସନ୍ଦେହଜନକ ଭାବେ ପାଇଖାନା ଟାଙ୍କିରୁ ମିଳିଥିଳା । ଯାହାକୁ ନେଇ ତନାଘନା ଆରମ୍ଭ କରିଥିବା ବେଳେ ଗତକାଲି ମୁଖ୍ୟ ଅଭିଯୁକ୍ତ ଡିକାଦାର ସୁରେଶ ଚନ୍ଦ୍ରକାରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଏସଆଇଟି । ହତ୍ୟାକାଣ୍ଡରେ ସୁରେଶର ସମ୍ପୃକ୍ତି ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ୍ ଏନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଗତ ୧ ତାରିଖରୁ ଫେରାର ହୋଇଯାଇଥିଲା ସୁରେଶ । ଆଉ ଗତକାଲି ଏସଆଇଟି ତାକୁ ଗିରଫ କରିଛି ।

ସୂଚନାଯୋଗ୍ୟ, ମୁକେଶ ବିଜାପୁର ଜିଲ୍ଲାର ବସ୍ତର ଅଞ୍ଚଳର ନିମ୍ନମାନର ରାସ୍ତା ନିର୍ମାଣ ନେଇ ଖବର ପ୍ରସାରଣ କରିଥିଲେ । ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିଲା। ପରେ ଏହା ବଢ଼ି ବଢ଼ି ୧୨୦ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ତଥା ଏହାର ମାନ ଓ ଲମ୍ବ କିମ୍ବା ଓସାରରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ୧୨୦ କୋଟି ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ମୁକେଶ ପ୍ରଶ୍ନ ଉଠାଇଥିଲେ ଓ ଏଥିରେ କେମିତି ଦୁର୍ନୀତି ହୋଇଛି, ସେନେଇ ରିପୋର୍ଟ ପ୍ରକାଶ କରିଥିଲେ। ଏହା ପରେ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଏଥିରେ ଠିକାଦାର ଉତ୍ୟକ୍ତ ହୋଇ ମୁକେଶଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ଫାଇଖାନା ଟାଙ୍କି ଭିତରେ ପିଙ୍ଗି ଦେଇଥିଲା ।

Leave A Reply

Your email address will not be published.