ନୂଆଦିଲ୍ଲୀ: ଜାତିସଂଘରେ ଆଗତ ହମାସ-ଇସ୍ରାଏଲ ମଧ୍ୟରେ ସିଜଫାୟାର ପ୍ରସ୍ତାବରୁ ଦୂରେଇ ରହଲା ଭାରତ । ଶୁକ୍ରବାର ଜାତିସଂଘ ମହାସଭାରେ ଜୋର୍ଡାନ ଦ୍ୱାରା ପ୍ରସ୍ତୁତ ଏହି ପ୍ରସ୍ତାବ ଉପରେ ମତଦାନ ଚାଲିଥିଲା । ହେଲେ ଏଥିରେ ହମାସ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଛି ଉଲ୍ଲେଖ କରାଯାଇ ନ ଥିଲା । ଏହି କାରଣରୁ ଭାରତ ଏହି ପ୍ରସ୍ତାବ ଉପରେ ମତଦାନରୁ ନିଜକୁ ଦୂରେଇ ରଖିଥିଲା ।
ଏହି ପ୍ରସ୍ତାବରେ ଗାଜା ପଟ୍ଟିରେ ମାନବୀୟ ସହାୟତା ପହଞ୍ଚାଇବା ଲାଗି ମଧ୍ୟ ଆହ୍ନାନ ଦିଆ ଯାଇଥିଲା । ବାଂଲାଦେଶ, ମାଲଦୀପ, ପାକିସ୍ତନ, ରୁଷ ଏବଂ ଦକ୍ଷିଣ ଆଫ୍ରିକା ସହ ୪୦ଟି ଦେଶ ସମର୍ଥନ କରିଥିଲେ । ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଜାପାନ, ୟୁକ୍ରେନ ଏବଂ ୟୁକେ ଏହି ଭୋଟିଂରୁ ଦୂରେଇ ରହିଥିଲେ ।
ମାନବୀୟ ସୁରକ୍ଷା ଏବଂ ଆଇନ ତଥା ମାନବୀୟ ଦାୟିତ୍ୱକୁ ବଜାୟ ରଖିବା ଶୀର୍ଷକ ପ୍ରସ୍ତାବ ପକ୍ଷରେ ୧୨୦ ଭୋଟ ପଡିଥିବାବେଳେ ୧୪ଭୋଟ ବିପକ୍ଷରେ ପଡିଥିଲା । ଅନୁପସ୍ଥିତ ସଦସ୍ୟଙ୍କ ସଂଖ୍ୟା ଥିଲା ୪୫ ।
ଜାତିସଂଘରେ ଭାରତର ପ୍ରତିନିଧି ଯୋଜନା ପଟେଲ କହିଛନ୍ତି, ଦୁନିଆରେ ଏପରି ମତଭେଦ ଏବଂ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ । ଏହି ପ୍ରତିଷ୍ଠିତ ସଂସ୍ଥାକୁ ହିଂସାର ପରିଣତି ବିଷୟରେ ଚିନ୍ତା କରିବା ଦରକାର । ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯାହା ଅତ୍ୟନ୍ତ ନିନ୍ଦାର ବିଷୟ । ବନ୍ଧକ ରଖା ଯାଇଥିବା ଲୋକଙ୍କ ସହ ଆମର ସମବେଦନା ରହିଛି । ଏହି ବନ୍ଧକଙ୍କୁ ତୁରନ୍ତ ଏବଂ ବିନାସର୍ତ୍ତରେ ଛାଡି ଦିଆଯିବା ଉଚିତ । ଗାଜାରେ ମୃତ୍ୟୁର ତାଣ୍ଡବ ବି ଖୁବ ଚିନ୍ତାଜନକ ଅଟେ । ମହିଳା ଏବଂଶିଶୁଙ୍କୁ ବିଶେଷ କରି ଜୀବନ ହରାଇବାକୁ ପଡୁଛି । ଏହାକୁ ନେଇ ଭାରତ ଚିନ୍ତିତ । ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ଏହାର ସମାଧାନ କରିବା ଉଚିତ ।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.