ନୂଆଦିଲ୍ଲୀ: ଜାତିସଂଘରେ ଆଗତ ହମାସ-ଇସ୍ରାଏଲ ମଧ୍ୟରେ ସିଜଫାୟାର ପ୍ରସ୍ତାବରୁ ଦୂରେଇ ରହଲା ଭାରତ । ଶୁକ୍ରବାର ଜାତିସଂଘ ମହାସଭାରେ ଜୋର୍ଡାନ ଦ୍ୱାରା ପ୍ରସ୍ତୁତ ଏହି ପ୍ରସ୍ତାବ ଉପରେ ମତଦାନ ଚାଲିଥିଲା । ହେଲେ ଏଥିରେ ହମାସ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଛି ଉଲ୍ଲେଖ କରାଯାଇ ନ ଥିଲା । ଏହି କାରଣରୁ ଭାରତ ଏହି ପ୍ରସ୍ତାବ ଉପରେ ମତଦାନରୁ ନିଜକୁ ଦୂରେଇ ରଖିଥିଲା ।
ଏହି ପ୍ରସ୍ତାବରେ ଗାଜା ପଟ୍ଟିରେ ମାନବୀୟ ସହାୟତା ପହଞ୍ଚାଇବା ଲାଗି ମଧ୍ୟ ଆହ୍ନାନ ଦିଆ ଯାଇଥିଲା । ବାଂଲାଦେଶ, ମାଲଦୀପ, ପାକିସ୍ତନ, ରୁଷ ଏବଂ ଦକ୍ଷିଣ ଆଫ୍ରିକା ସହ ୪୦ଟି ଦେଶ ସମର୍ଥନ କରିଥିଲେ । ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଜାପାନ, ୟୁକ୍ରେନ ଏବଂ ୟୁକେ ଏହି ଭୋଟିଂରୁ ଦୂରେଇ ରହିଥିଲେ ।
ମାନବୀୟ ସୁରକ୍ଷା ଏବଂ ଆଇନ ତଥା ମାନବୀୟ ଦାୟିତ୍ୱକୁ ବଜାୟ ରଖିବା ଶୀର୍ଷକ ପ୍ରସ୍ତାବ ପକ୍ଷରେ ୧୨୦ ଭୋଟ ପଡିଥିବାବେଳେ ୧୪ଭୋଟ ବିପକ୍ଷରେ ପଡିଥିଲା । ଅନୁପସ୍ଥିତ ସଦସ୍ୟଙ୍କ ସଂଖ୍ୟା ଥିଲା ୪୫ ।
ଜାତିସଂଘରେ ଭାରତର ପ୍ରତିନିଧି ଯୋଜନା ପଟେଲ କହିଛନ୍ତି, ଦୁନିଆରେ ଏପରି ମତଭେଦ ଏବଂ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ । ଏହି ପ୍ରତିଷ୍ଠିତ ସଂସ୍ଥାକୁ ହିଂସାର ପରିଣତି ବିଷୟରେ ଚିନ୍ତା କରିବା ଦରକାର । ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯାହା ଅତ୍ୟନ୍ତ ନିନ୍ଦାର ବିଷୟ । ବନ୍ଧକ ରଖା ଯାଇଥିବା ଲୋକଙ୍କ ସହ ଆମର ସମବେଦନା ରହିଛି । ଏହି ବନ୍ଧକଙ୍କୁ ତୁରନ୍ତ ଏବଂ ବିନାସର୍ତ୍ତରେ ଛାଡି ଦିଆଯିବା ଉଚିତ । ଗାଜାରେ ମୃତ୍ୟୁର ତାଣ୍ଡବ ବି ଖୁବ ଚିନ୍ତାଜନକ ଅଟେ । ମହିଳା ଏବଂଶିଶୁଙ୍କୁ ବିଶେଷ କରି ଜୀବନ ହରାଇବାକୁ ପଡୁଛି । ଏହାକୁ ନେଇ ଭାରତ ଚିନ୍ତିତ । ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ଏହାର ସମାଧାନ କରିବା ଉଚିତ ।
BREAKING NEWS
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
Comments are closed.