Latest Odisha News

ଆଜିଠୁ ନୂଆ ନିୟମ ଲାଗୁ, ଆଉ ପାଖରେ ରଖିବାକୁ ପଡିବନି DL, RC

ନୂଆଦିଲ୍ଲୀ: ଏଣିକି ଆଉ ପାଖରେ ରଖିବାକୁ ପଡିବନି ହାର୍ଡକପି । ଗାଡି ଚଳାଇବା ବେଳେ ଆଉ ଦରକାର ପଡିବନି ଡିଏଲ୍‌, ଆର୍‌ସି ସମେତ ଅନ୍ୟ କାଗଜପତ୍ର । ଡିଏଲ୍ କିମ୍ବା ଅନ୍ୟ ଗାଡି ସମ୍ବନ୍ଧୀୟ କାଗଜପତ୍ର ନଥିଲେ ମଧ୍ୟ ଜରିମାନା ବି ଦେବାକୁ ପଡିବ ନାହିଁ ।

ତେବେ ଚାଳକଙ୍କୁ ଏସବୁକୁ ନିଜ ମୋବାଇଲ୍‌ର ଡିଜି ଲକ୍‌ ଆପ୍ ଓ ଏମ୍. ପରିବହନ ଆପ୍‌ରେ ଡିଜିଟାଲ୍ କପି ରଖିବାକୁ ପଡ଼ିବ । ନୂଆ ମୋଟର ଯାନ ଆଇନର ଡିଜିଟାଲ୍ ବ୍ୟବସ୍ଥାରେ ଏନେଇ ଆଜିଠୁ ନୂଆ ନିୟମ ଲାଗୁ ହୋଇଛି ।

ଗାଡ଼ି ଯାଞ୍ଚ ବେଳେ ଆଉ DL,  PUC,  ଇନସୁରାନ୍ସ ସମେତ ଅନ୍ୟ କାଗଜପତ୍ରର ହାର୍ଡ କପି ଧରିବା ବାଧ୍ୟତାମୂଳକ ନୁହେଁ । ଚେକିଂ ବେଳେ ଡିଜିଟାଲ୍ କପି ଦେଖାଇ ହେବ । ଏନେଇ ଗତବର୍ଷ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟର ବିଭାଗ ଓ ପୋଲିସ୍ ସହ ଏନେଇ ସହଯୋଗ କରିବାକୁ ଆଲୋଚନା ହୋଇଛି।

Leave A Reply

Your email address will not be published.