Latest Odisha News

BREAKING NEWS

ବିଶ୍ୱ ନେତାଙ୍କ ମହାମେଳି, ଭାରତ ମଣ୍ଡପମରେ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏକାଠି

ନୂଆଦିଲ୍ଲୀ: ଦିଲ୍ଲୀ ଭାରତ ମଣ୍ଡପମରେ ବିଶ୍ୱ ନେତାଙ୍କ ମହାମେଳି। ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ହୋଇଛି ଉଦଘାଟନ। ଏହି କାର୍ଯ୍ୟକ୍ରମରେ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଏବଂ ମିଳିତ ଜାତିସଂଘ (UN) ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ସହିତ ବିଭିନ୍ନ ଦେଶର ନେତା ଏବଂ ଶିଳ୍ପ ନେତାମାନେ ଯୋଗ ଦେଇଛନ୍ତି।

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ୧୦୦ରୁ ଅଧିକ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା, ଆବୁଧାବିର ଯୁବରାଜ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ, ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଏବଂ ମରିସିଆନ୍ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ପ୍ରମୁଖ ସାମିଲ ଅଛନ୍ତି। ଏମାନଙ୍କ ସହ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି ଏଆଇ ଦୁନିଆର ମହାରଥି ଓ ଟେକ୍ କମ୍ପାନୀ ସିଇଓ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହାନ ଅତିଥିଙ୍କୁ ଭାରତ ମଣ୍ଡପମରେ ଭବ୍ୟ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ରେ ବିଶ୍ୱର ଅନେକ ପ୍ରମୁଖ ବ୍ୟକ୍ତି ଅଂଶଗ୍ରହଣ କରୁଛନ୍ତି, ଯେଉଁଥିରେ ୧୧୦ରୁ ଅଧିକ ଦେଶର ପ୍ରତିନିଧି, ୨୦ରୁ ଅଧିକ ଦେଶର ମୁଖ୍ୟ, ୩୦ଟି ଅନ୍ତର୍ଜାତୀୟ ସଂଗଠନ ଏବଂ ୫୦୦ରୁ ଅଧିକ ବିଶ୍ୱ ଏଆଇ ନେତା ସାମିଲ ଅଛନ୍ତି। ବୁଧବାର ଦିନ, ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ। ଏହି ସମ୍ମିଳନୀରେ ମିଳିତ ଜାତିସଂଘର ମହାସଚିବ, IMF ଏମଡି, ଓପନ୍ ଏଆଇ ସିଇଓ ଓ ମାଇକ୍ରୋସଫ୍ଟର ପ୍ରେସିଡେଣ୍ଟ ମଧ୍ୟ ଯୋଗ ଦେଇଛନ୍ତି। ସେହିପରି ଏଆଇ ଦାୟିତ୍ୱବୋଧ ଅଭିଯାନ ପାଇଁ ମାତ୍ର ୨୪ ଘଣ୍ଟାରେ ସର୍ବାଧିକ ପ୍ରତିଶ୍ରୁତି ବା ସଂକଳ୍ପ ଗ୍ରହଣ କରି ଭାରତ ଗିନିଜ୍ ୱାର୍ଲ୍ଡ ରେକର୍ଡ ନିଜ ନାଁରେ କରିଛି।

Leave A Reply

Your email address will not be published.