Latest Odisha News

BREAKING NEWS

ଉଦୟନିଧିଙ୍କୁ ନେଇ ଧର୍ମ ସଙ୍କଟରେ ‘ଇଣ୍ଡିଆ’: ‘କହିଲେ ମଲ..ନ କହିଲେ ମଲ’ ସ୍ଥିତିରେ କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀଙ୍କ ମେଣ୍ଟ ଇଣ୍ଡିଆ ଗଠନ ପୂର୍ବରୁ ହିଁ ବିଜେପି ଟାର୍ଗେଟରେ ଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧୀ ମେଣ୍ଟ ଉପରେ ଜୋରଦାର ଆକ୍ରମଣ ସମସ୍ତେ ଦେଖିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟକୁ ପାଠ ପଢାଉଥିଲେ । ଆଉ ଏହର ଜବାବ ବି ମେଣ୍ଟ ଇଣ୍ଡିଆ ଦେଉଥିଲା ।  ହେଲେ ଏବେ ପରିସ୍ଥିତି ଓଲଟି ଗଲା ପରି ଲାଗୁଛି ।  ନିଜ ମେଣ୍ଟ ଦଳର ଆକ୍ରମଣର ଶିକାର ହୋଇଛି ଇଣ୍ଡିଆ । ସନାତନ ଧର୍ମକୁ ନେଇ ଉଦୟନାଥ ଷ୍ଟାଲିନ  ବିବଦୀୟ ମନ୍ତବ୍ୟ ଦେବା ପରେ ଏବେ ଫିଡିକିଛନ୍ତି ସଂଘ ଏବଂ ବିଏଚପି ପରି ଅନେକ  ହିନ୍ଦୁ ସଂଗଠନ।

ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମକୁ ନେଇ ବିବାଦୀ ମତ ଏବେ ମେଣ୍ଟର ସବୁ ଦଳକୁ ଧର୍ମ ସଙ୍କଟରେ ପକାଇଛି । ଏ ପ୍ରସଙ୍ଗରେ ଯେମତି ସବୁ ସହଯୋଗୀ ଦଳ ନିଜ ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି । ଷ୍ଟାଲିନଙ୍କ ମତ ଉପରେ ସବୁ ଦଳ ନୀରବତା ବଜାୟ ରଖିଛନ୍ତି । କଂଗ୍ରେସଠାରୁ ଆରମ୍ଭ କରି ଆମ ଆଦମୀ ପାର୍ଟି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସାଇଡରେ ଅଛନ୍ତି । ନୀତିଶ କୁମାର ବି ବିନା କାରଣରେ ଟାର୍ଗେଟ ହୋଇଯାଇଛନ୍ତି । ଏ କ୍ଷେତ୍ରରେ ଜେଡିୟୁର ନୀରବତା ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି।

ଏପଟେ ଉଦୟନିଧି ନିଜ ବୟାନ ଉପରେ ଅଟଳ ଅଛନ୍ତି । ମେଣ୍ଟ ଇଣ୍ଡିଆ ତଥାପି ଚୁପ ରହିବାକୁ ବାଧ୍ୟ ହୋଇଛି । ତାମିଲନାଡୁ ସରକାରଙ୍କର ଜଣେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଇଣ୍ଡିଆ ମେଣ୍ଟ ପାଇଁ  ଗୁରୁତ୍ୱପୂର୍ଣ୍ଣ । କାରଣ ଡିଏମଏକ ଏହି ନୂଆ ମେଣ୍ଟର ଏକ ମଜବୁତ ସହଯୋଗୀ । ତା ଛଡା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଡିଏମଏକ ସହ ସମ୍ପର୍କ ବି ଭଲ । ଭାରତ ଯୋଡୋ ଯାତ୍ରାକୁ ଯଦି ମନେପକେଇବା ତେବେ ଦେଖିବା ଏହି ଯାତ୍ରାରେ ଆରମ୍ଭରୁ ଶେଷ ଯାଏ ଡିଏମକେ ସାମିଲ ଥିଲା ।

ତାଛଡା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କ. ଷ୍ଟାଲିନ ରାଜ୍ୟରେ ଏମିତି ସ୍ଥିତି ତିଆରି କରିଛନ୍ତି ସେଠି ବିଜେପିକୁ ପାଦ ରଖିବାକୁ ସଂଘର୍ଷ କରିବାକୁ ପଡୁଛି । ତେଣୁ ଟିଏମସି,ଜେଏମଏମ ପରି ମେଣ୍ଟର ଅନ୍ୟ ଦଳ ତୁଳନାରେ ଡିଏମକେକୁ ମେଣ୍ଟର ଏକ ମଜବୁତ ଦଳ  ବୋଲି ସମସ୍ତେ ସ୍ୱୀକାର କରିବେ ।

ଏଠି ମନେ ପକେଇ ଦେବାକୁ ଚାହୁଁ, ଉଦୟନିଧି ଷ୍ଟାଲିନ ହିନ୍ଦୁ ଧର୍ମକୁ ନେଇ ବିବଦୀୟ ବୟାନ ଦେଇଥିଲେ । ସେ କହିଥିଲେ ସନାତନ ଧର୍ମ ଡେଙ୍ଗୁ ଓ ମ୍ୟାଲରିଆ ପରି । ତେଣୁ ଏହାକୁ ବିରୋଧ କରିବା ପରିବର୍ତ୍ତେ ଶେଷ କରିଦେବା ଉଚିତ ।

ଉଦୟନିଧି ଷ୍ଟାଲିନ ଖ୍ରୀଷ୍ଟିଆନ ଅଟନ୍ତି ଏବଂ ନିଜ ଧର୍ମକୁ ନେଇ ସେ ଗର୍ବ ଅନୁଭବ ବି କରନ୍ତି । ତେବେ ଏହି ପ୍ରସଙ୍ଗ ପରେ ବିଜେପି ଆଇଟି ସେଲ ମୁଖ୍ୟ ଅମୀୟ ମାଲବ୍ୟ ଯେତେବେଳେ ଉଦୟନିଧିଙ୍କୁ କଡା ସମାଲୋଚନା କରିଥିଲେ, ଉଦୟନିଧିଙ୍କ ଚିନ୍ତଧାରା ଆହୁରି ସ୍ପଷ୍ଟ ଭାବେ ସାମ୍ନାକୁ ଆସିଥିଲା ।ସେ ଖୋଲାଖୋଲି କହିଥିଲେ, ‘ସନାତନ ଧର୍ମ ପାଳନ କରୁଥିବା ଲୋକଙ୍କୁ ମୁଁ କେବେ ନରସଂହାର ପାଇଁ ଆହ୍ୱାନ ଦେଇନି । । ସନାତନ ଧର୍ମ ଏକ ସିଦ୍ଧାନ୍ତ ଅଟେ ଯାହା ଜାତି,ଧର୍ମ ନାଁରେ ଲୋକଙ୍କୁ ଭାଗ ଭାଗ କରିଦିଏ । ସନାତନ ଧର୍ମକୁ କାଢି ଫିଙ୍ଗିଦେବା ମାନବତା ତଥା ମାନବ ସମାନତାକୁ କାଏମ ରଖିବା ସଙ୍ଗେ ସମାନ । ମୁଁ ମୋ ବୟାନ ଉପରେ କାଏମ ରହିଛି ।’

ଗୋଟିଏ ବାକ୍ୟରେ କୁହାଯାଇ ପାରେ  ଉଦୟନିଧି ଇଣ୍ଡିଆ ସହଯୋଗୀଙ୍କ ପାଇଁ ଏକ ମୁସ୍କିଲ ସ୍ଥିତି ତିଆରି କରି ଦେଇଛନ୍ତି । ସବୁଠାରୁ ବେଶି ସମସ୍ୟା ସୃଷ୍ଟି ହୋଇଛି କଂଗ୍ରେସ ପାଇଁ ।  କହିଲେ ମଲା..ନ କହିଲେ ମଲା ଏମିତି ସ୍ଥିତିରେ ଏବେ କଂଗ୍ରେସ । ଉଦୟଙ୍କର ଏପରି ବୟାନକୁ କଂଗ୍ରେସ ନା ସିଧାସିଧା ସମର୍ଥନ କରିପାରୁଛି ନା ଡିଏମକେ ହାତ ଛାଡି ପାରୁଛି ।

କଂଗ୍ରେସ ନେତା ବେଣୁଗୋପାଳ କହିଛନ୍ତି,‘ଆମର ଭ୍ୟୁ ଏହାଉପରେ ପରିଷ୍କାର । ସର୍ବଧର୍ମ ସମଭାବ…ଏହା କଂଗ୍ରେସର ଆଇଡୋଲଜି । କିନ୍ତୁ ଏକଥା ବି ବୁଝିବାକୁ ହେବ ଯେ, ରାଜନୈତିକ ଦଳକୁ ନିଜର କଥା କହିବାର ସ୍ୱାଧୀନତା ରହିଛି । ଆମେ ସମସ୍ତଙ୍କ ଅସ୍ଥାକୁ ସମ୍ମାନ ଦେଉ ।’

Leave A Reply

Your email address will not be published.