Latest Odisha News

BREAKING NEWS

୩୫୩ ଜାତୀୟ ରାଜପଥର ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ନୂଆପଡା: ଖଡିଆଳରୁ ନୂଆପଡାକୁ ସଂଯୋଗ କରୁଥିବା ୩୫୩ ଜାତୀୟ ରାଜପଥର ବଡ଼ମହେଶ୍ବର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ସେହିପରି ଅନ୍ୟ ଜଣେ ଗୁରୁତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁଇ ମୃତକ ହେଲେ ଗୋବିନ୍ଦ ନାଗ ଓ ସୁନିଲ ବେହେରା । ସେହିପରି ଗୁରୁତର ହେଲେ ବାରପଦର ଗାଁର ଆଲୋକ ରାଉତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବରପଦର ଗାଁର ୩ଜଣ ଗୋଟିଏ ବାଇକରେ ଯାଉଥିଲେ । ବିପରୀତ ଦିଗରୁ ଦୃତ ଗତିରେ ଏକ ଟ୍ରକ ଆସି ସେମନଙ୍କୁ ଧକ୍କା ଦେଇଥିଲା । ଫଳରେ ୩ ଯୁବକ ବାଇକରୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ୨ଜଣଙ୍କର ମ଼ତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଘଟଣା ଘଟାଇବା ପରେ ଉକ୍ତ ଟ୍ରକ ଡ୍ରାଇଭର ଟ୍ରକ ସହ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଦୁର୍ଘଟଣା ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ ।

ସେପଟେ ଘଟଣା ଘଟିବା ପରେ ମୃତ ୨ ଯୁବକଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକ ୩୫୩ ନଂ ଜାତୀୟ ରାଜପଥର ବଡ଼ମହେଶ୍ୱର ଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଯାନବାହାନ ଚଳାଚଳ ଏକପ୍ରକାରର ଠପ ହୋଇପଡିଛି । ଖବର ପାଇ ଖଡ଼ିଆଳ ପୋଲିସ, ଖଡ଼ିଆଳ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖାଦେଇଛି । ଅପରପକ୍ଷେ ମୃତକ ପରିବାର ବର୍ଗଙ୍କୁ କ୍ଷତିପୂରଣ ସହାୟତା ଯୋଗାଇ ଦେବାସହ ତୁରନ୍ତ ଘଟଣା ଘଟାଇଥିବା ଗାଡି କୁ ଜବତ କରିବା ସହ ଚାଳକଙ୍କୁ ଗିରଫ ଦାବି କରୁଛନ୍ତି ଆନ୍ଦୋଳନ କାରୀ ।

Leave A Reply

Your email address will not be published.