Latest Odisha News

BREAKING NEWS

ବିରୋଧୀ ଇଣ୍ଡିଆ ମେଣ୍ଟ ‘ଜୁଡ଼େଗା ଭାରତ, ଜିତେଗା ଭାରତ’ ନାରାରେ ଏକାଠି ଲଢ଼ିବ ନିର୍ବାଚନ

ନୂଆଦିଲ୍ଲୀ: ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପମେଣ୍ଟାଲ୍ ଇନ୍କ୍ଲୁସିଭ୍ ଆଲାଏନ୍ସ) ବ୍ୟାନରରେ ଏକାଠି ହୋଇଥିବା ବିରୋଧୀ ଦଳଗୁଡ଼ିକ ଶୁକ୍ରବାର ୨୦୨୪ ଲୋକସଭା ନିର୍ବାଚନ ପାଇଁ ୧୪ ଜଣିଆ ସମନ୍ୱୟ କମିଟି ଘୋଷଣା କରିଛନ୍ତି।

ପ୍ୟାନେଲରେ ଥିବା ୧୪ ଜଣ ସଦସ୍ୟ ୧୩ଟି ଭିନ୍ନ ଭିନ୍ନ ଦଳର ହୋଇଥିବା ବେଳେ ଏଥିରେ ଦୁଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ହେମନ୍ତ ସୋରେନ ସାମିଲ ଅଛନ୍ତି। ଏହି କମିଟିରେ ଡିଏମକେର ଦୁଇ ଜଣ ସଦସ୍ୟ ଅଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି କମିଟିରେ ସ୍ଥାନ ପାଇନାହାନ୍ତି। ବାସ୍ତବରେ ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିବାଲ, ମମତା ବାନାର୍ଜୀ, ମଲ୍ଲିକାର୍ଜୁନ ଖଡଗେ, ଉଦ୍ଧବ ଠାକରେଙ୍କ ଭଳି କିଛି ବଡ଼ ବଡ଼ ନେତା ଏହି ପ୍ୟାନେଲରେ ନାହାନ୍ତି।

ମୁମ୍ବାଇରେ ବିରୋଧୀ ମେଣ୍ଟର ତୃତୀୟ ବୈଠକରେ ଭାଗ ନେଇଥିବା ୨୮ଟି ଦଳ ଯଥାସମ୍ଭବ ଆଗାମୀ ଲୋକସଭା ନିର୍ବାଚନରେ ଏକାଠି ଲଢ଼ିବାକୁ ସଙ୍କଳ୍ପ ନେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଗୁରୁତ୍ୱ ଓ ଚିନ୍ତାଜନକ ପ୍ରସଙ୍ଗକୁ ନେଇ ଏକାଠି ଜନ ସମାବେଶ କରିବାକୁ ସେମାନେ ରାଜି ହୋଇଛନ୍ତି।

ବିଭିନ୍ନ ଭାଷାରେ ‘ଜୁଡ଼େଗା ଭାରତ, ଜିତେଗା ଭାରତ’ ଶୀର୍ଷକ ବିଷୟବସ୍ତୁରେ ଇଣ୍ଡିଆ ମେଣ୍ଟର ଦଳମାନେ ପରସ୍ପର ସହ ତାଳମେଳ ରଖି କାମ କରିବେ। ତେବେ ଆସନ ଭାଗବଣ୍ଟାକୁ ନେଇ ବିବାଦୀୟ ପ୍ରସଙ୍ଗରେ ଦଳଗୁଡ଼ିକ ଯଥାଶୀଘ୍ର ନିଷ୍ପତ୍ତି ହେବେ ବୋଲି ସୂଚନା ରହିଛି।

୧୩ ଜଣ ସଦସ୍ୟ ହେଲେ
କେସି ବେଣୁଗୋପାଳ (କଂଗ୍ରେସ)
ଶରଦ ପାଓ୍ୱାର (ଏନସିପି)
ଟି ଆର ବାଲୁ (ଡିଏମକେ)
ଏମକେ ଷ୍ଟାଲିନ୍ (ଡିଏମକେ)
ସଞ୍ଜୟ ରାଉତ (ଉଦ୍ଧବ ଗୋଷ୍ଠୀ)
ତେଜସ୍ୱୀ ଯାଦବ (ଆରଜେଡି)
ଅଭିଷେକ ବାନାର୍ଜୀ (ଟିଏମସି)
ରାଘବ ଚଢ଼ା (ଆପ୍)
ଜାଭେଦ ଅଲ୍ଲୀ ଖାନ୍ (ଏସପି)
ଲଲନ ସିଂହ (ଜେଡିୟୁ)
ହେମନ୍ତ ସୋରେନ (ଜେଏମଏମ)
ଡି ରାଜା (ସିପିଆଇ)
ଓମାର ଅବଦୁଲ୍ଲା (ନ୍ୟାଶନାଲ କନଫରେନ୍ସ)
ମେହବୁବା ମୁଫତି (ପିଡିପି)

Leave A Reply

Your email address will not be published.