Latest Odisha News

BREAKING NEWS

ପଦାରେ ପଡିଲା ବିଜେଡିର ଗୋଷ୍ଠି କନ୍ଦଳ: ମହେଶ୍ୱର ଓ ଶୁଭାଶିଷ ଗୋଷ୍ଠି ମୁହାଁମୁହିଁ

ପୁରୀ : ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ବିଜୁ ଜନତା ଦଳର ଦୁଇ ଗୋଷ୍ଟିର ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।

ମିଳୁଥିବା ସୂଚନା ଅନୁଯାୟୀ, ପୁରୀ ପୈାରସଂସ୍ଥା ଅନ୍ତର୍ଗତ ୨୧ ନମ୍ବର ୱାର୍ଡର କିଛି ବିଜେଡି କର୍ମୀ ଓ ସମର୍ଥକଙ୍କୁ ନେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୁତ୍ୱରେ ଗୁରୁବାର ସନ୍ଧ୍ୟାରେ ନାୟକ ପ୍ଲାଜା ସମ୍ମିଳନୀ କକ୍ଷ ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ପୂର୍ବମନ୍ତ୍ରୀ ତଥା ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କ କିଛି ସମର୍ଥକ ଉକ୍ତ ସ୍ଥାନକୁ ଆସି କର୍ମୀ ସମ୍ମଳନୀକୁ ବିରୋଧ କରିଥିଲେ । ବୈଠକରେ ମହେଶ୍ୱର ମହାନ୍ତିଙ୍କ ସମର୍ଥକ ବ୍ୟକ୍ତି ବିଶେଷ ମାନଙ୍କୁ କାହିକି ଡକାଯାଇଛି କହି ପ୍ରଶ୍ନ କରିବା ସହ ପାଟିତୁଣ୍ଡ କରିଥିଲେ । ଯାହାଫଳରେ ଦୁଇଗୋଷ୍ଠୀର ସମର୍ଥକ ମାନଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇଥିଲା । ପରସ୍ପର ଉପରକୁ ଚଉକି ଫିଙ୍ଗା ଫିଙ୍ଗି କରିଥିଲେ ଦଳ । ଯାହାକୁ ନେଇ କିଛି ସମୟ ଧରି ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି ।

 

 

Leave A Reply

Your email address will not be published.