Latest Odisha News

୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର

ନୂଆଦିଲ୍ଲୀ: ୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର । ଛତିଶଗଡ କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଛତିଶଗଡ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ ପାଇଁ ମତଦାନ ହୋଇଛିି । ଏଭଳି ସମୟରେ କାଙ୍କେର ଜିଲ୍ଲାର ଭୋସାକହ୍ନାରରେ ବସବାସ କରୁଥିବା ଶେରସିଂ ହିଡକୋ ୯୩ ବର୍ଷ ବୟସରେ ପ୍ରଥମଥର ପାଇଁ ମତଦାନ କରିଛନ୍ତି ।

୧୮ବର୍ଷ ପୂରିଗଲେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ହୋଇଯାଏ । କିନ୍ତୁ ଶେରସିଂ ୯୩ ବର୍ଷ ବୟସରେ ପ୍ରଦାର୍ପଣ କରିଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କୁ ଭୋଟ ପରିଚୟପତ୍ର ମିଳି ନ ଥିଲା । ଏହି କାରଣରୁ ତାଙ୍କର ଭୋଟ ଦେବାର ଅଧିକାର ନ ଥିଲା । ଏତେ ବର୍ଷ ବିତି ଯାଇଥିଲେ ହେଁ ଶେରସିଂ ଥରଟେ ହେଲେ ବି ଭୋଟ ଦେଇପାରି ନ ଥିଲେ । ଚଳିତ ବର୍ଷ ଯାଞ୍ଚ ସମୟରେ ଶେରସିଂ ହିଡକୋଙ୍କ ନାମ ମତଦାତା ସୂଚୀରେ ରହିଥିଲା । ଏହାପରେ ତୁରନ୍ତ ଶେରସିଂ ହିଡକୋଙ୍କ ଭୋଟ ଦେବାରେ ହେଉଥିବା ତ୍ରୁଟିର ସମାଧାନ କରିଥିଲେ । ବିଭାଗୀୟ ଅଧିକାରୀମାନେ ଶେରସିଂ ହିଡକୋଙ୍କ ନାମ ମତଦାତା ସୂଚୀରେ ଯୋଡି ତାଙ୍କର ଭୋଟର ଆଇକାର୍ଡ ପ୍ରସ୍ତୁତ କରିଥିଲେ । ଶେଷରେ ୯୩ବର୍ଷ ବୟସରେ ଭୋଟ ଦେବାର ଅଧିକାର ପାଇଥିଲେ ଶେରସିଂ । ଭୋଟର ଆଇକାର୍ଡ ପ୍ରସ୍ତୁତ ହେବା ପରେ ଆଜି ପ୍ରଥମଥର ପାଇଁ ନିଜର ମତଦାନ କରି ବୃଦ୍ଧ କହିଛନ୍ତି, ‘ଯାହା ହେଉ ଜୀବନ କାଳ ଭିତରେ ଭୋଟ ଦେବାର ଅଧିକାର ପାଇଲି ।’

Leave A Reply

Your email address will not be published.