Latest Odisha News

BREAKING NEWS

କାଶ୍ମୀରକୁ ନେଇ ଚୀନ ରାଷ୍ଟ୍ରପତିଙ୍କ ମନ୍ତବ୍ୟରେ ଭାରତର କଡ୍ଡା ଜବାବ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ କାଶ୍ମୀର ସମ୍ପର୍କରେ ଯେଉଁ ମତ ଦେଇଥିଲେ, ଭାରତ ତାହାର ପ୍ରତିକ୍ରିୟାରେ କଡ୍ଡା ଜବାବ ଦେଇଛି । \nଚୀନର ବେଜିଂଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଚୀନ ରାଷ୍ଟ୍ରମୁଖ୍ୟ ଜିନପିଙ୍ଗ ଙ୍କ ମଧ୍ୟରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଚୀନ ରାଷ୍ଟ୍ରପତି କହିଥିଲେ, ଆମେ କାଶ୍ମୀର ଉପରେ ତୀକ୍ଷଣ ନଜର ରଖିଛୁ । ଯାହା କିଛି ଠିକ୍ ଭୁଲ୍ ହେଉଥିଲେ ମଧ୍ୟ ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ ଆଲୋଚନା କରି ସମସ୍ୟା ସମାଧାନ କରିବା ଉଚିତ ।

ଭାରତ ଏହାର କଡ଼ା ଜବାବ ଦେଇଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ୍ କୁମାର ଜିନପିଙ୍ଗଙ୍କ କାଶ୍ମୀର ଆଭିମୁଖ୍ୟକୁ ନେଇ ଦେଇଥିବା ଟିପ୍ପଣୀର ଦୃୃଢ ଜବାବ ଦେଇଛନ୍ତି । ସେ କହିଛନ୍ତି, ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହାର ସମସ୍ୟା ଭାରତର ଆଭ୍ୟନ୍ତରୀଣ ମାମଲା । ତେଣୁ ଏଥିରେ ଚୀନ ମୁଣ୍ଡ ପୁରାଇବା ଠିକ୍ ନୁହେଁ ।

ବେଜିଂରେ ଚୀନ ରାଷ୍ଟ୍ରମୁଖ୍ୟ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଚୀନ ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗକୁ ନେଇ ଆଶ୍ୱାସନା ଦେଇଛି । ଚୀନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଜାତିସଂଘରେ କାଶ୍ମୀର ସମସ୍ୟାକୁ ନେଇ ଆଲୋଚନା କରିବାକୁ ଚୀନ ପାକିସ୍ତାନକୁ ସାହାଯ୍ୟ କରିଆସୁଛି । ପାକିସ୍ତାନ ଓ ଭାରତ ଦ୍ୱିପାକ୍ଷୀକ ଚୁକ୍ତି ଭିତ୍ତିରେ ଏହାର ସମସ୍ୟାର ସମାଧାନ କରିବା ଉଚିତ ।

ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ଚୀନ ରାଷ୍ଟ୍ରମୁଖ୍ୟଙ୍କ ଏହି ଟିପ୍ପଣୀକୁ କଡ୍ଡା ସମାଲୋଚନା କରିଛନ୍ତି । ମନୀଷ କହିଛନ୍ତି ଯେ, ଚୀନ ରାଷ୍ଟ୍ରପତି ଯେପରି କାଶ୍ମୀର ଉପରେ ନଜର ରଖିଛନ୍ତି, ସେହିପରି ଭାବେ ସେହିପରି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତିଙ୍କୁ କାହିଁ ଉତ୍ତର ଦେଉନାହାନ୍ତି । ଆମେ ମଧ୍ୟ ହଂକକଙ୍ଗରେ ଗଣତନ୍ତ୍ରକୁ ନେଇ ହେଉଥିବା ବିକ୍ଷୋଭ ପ୍ରଦର୍ଶନକୁ ଆମେ ଦୃଷ୍ଟିରେ ରଖିଛୁ । ତିବ୍ଦତରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ଆମେ ଦୃଷ୍ଟିରେ ରଖିଛୁ । ଆମେ ଦକ୍ଷିଣ ଚୀନ ସାଗର ଉପରେ ଦୃଷ୍ଟି ନିବଧ ରଖିଛୁ, ବୋଲି ମନୀଷ ତିୱାରୀ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଚୀନ ରାଷ୍ଟ୍ରପତି ଜି ଜିଙ୍ଗପିଙ୍ଗ ଆସନ୍ତା ଶୁକ୍ରବାର ଦିନ ଭାରତ ଗସ୍ତରେ ଆସୁଛନ୍ତି । ଚେନ୍ନାଇଠାରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୌପଚାରିକ ଭାବେ ଭେଟି ଆଲୋଚନା କରିବେ ।

Leave A Reply

Your email address will not be published.