Latest Odisha News

ଟି୨୦ ବିଶ୍ୱକପ ଫାଇନାଲ: ଟାଇଟଲ ହାସଲ ଲକ୍ଷ୍ୟରେ ଭାରତ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଶନିବାର ବାର୍ବାଡୋସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଏବଂ ଇଂଳଣ୍ଡକୁ ପରାସ୍ତ କରି ଟିମ ଇଣ୍ଡିଆ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଲା ଭାରୀ ରହିଛି । ଉଭୟ ଟିମ ମଧ୍ୟରେ ୨୬ଟି ମ୍ୟାଚ ଖେଳାଯାଇଛି । ଭାରତ ୧୪ ଓ ଦକ୍ଷିଣ ଆଫ୍ରିକା ୧୧ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଫଳାଫଳଶୂନ୍ୟ ରହିଛି ।

ଟି୨୦ ବିଶ୍ୱକପରେ ଭାରତ ୪ଟି ଓ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । କାଗଜ କଲମରେ ଭାରତ ଭଲ ସ୍ଥିତିରେ ରହିଛି । ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବାରୁ ଚାପରେ ରହିବ । ଅପରପକ୍ଷରେ ଟିମଇଣ୍ଡିଆ ଟାଇଟଲ ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହିଁ । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ହାରିବା ପରେ ପ୍ରଶଂସକମାନେ ଟାଇଟଲ ବ୍ୟତୀତ ଅନ୍ୟ କିଛି ଆଶା କରୁ ନାହାନ୍ତି । ବିରାଟ କୋହଲି ଓ ଶିବମ ଦୁବେଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରଦର୍ଶନ ଭଲ ରହିଛି ।

ଫାଇନାଲରେ କୋହଲିଙ୍କଠାରୁ ଏକ ଭଲ ଇନିଂସ ଆଶା କରାଯାଉଛି । ଦୁବେଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୂ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ବୋଲରଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ଏଥିରେ କୌଣସି ପରିବର୍ତନ କରିବାକୁ ଅଧିନାୟକ ରୋହିତ ଶର୍ମା ଚାହିଁବେ ନାହିଁ । ବାର୍ବୋଡୋସ ପିଚ ଭାରତ ସପକ୍ଷରେ ରହିବ ବୋଲି ଆଶା କରାଯାଉଛି । ରୋହିତଙ୍କ ବ୍ୟତୀତ ରିଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ରହିଛନ୍ତି ।

Leave A Reply

Your email address will not be published.