Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭ୍ରମଣକାରୀ ଇଂଲଣ୍ଡ ଏବଂ ଘରୋଇ ଭାରତ ମଧ୍ୟରେ ଆରମ୍ଭ ହେବ ଟ୍ବେଣ୍ଟି ଟ୍ବେଣ୍ଟି ଟକ୍କର । ପ୍ରଥମ ଥର ପାଇଁ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ୍ କିଶାନ୍‌ଙ୍କୁ ସୁଯୋଗ ମିଳିଛି । ଏହାଛଡ଼ା ସ୍ପିନର ବରୁଣ ଚକ୍ରବର୍ତ୍ତିଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିଛି । ପୂର୍ବଭଳି ୱାଶିଂଟନ ସୁନ୍ଦର ଓ ଟି ନଟରାଜନ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ସେହିପରି ଟେଷ୍ଟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଅକ୍ଷର ପଟେଲଙ୍କୁ ଟି-୨୦ ସ୍କ୍ୱାଡରେ ମଧ୍ୟ ସୁଯୋଗ ମିଳିଛି । ବିରାଟ କୋହଲି ଅଧିନାୟକ ଓ ରୋହିତ ଶର୍ମା ଉପଅଧିନାୟକ ଭାବେ ଦାୟିତ୍ବ ତୁଲାଇବେ । କେ.ଏଲ ରାହୁଲ, ଶିଖର ଧାୱନ ଓ ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଓ ୟୁଜବେନ୍ଦର ଚହଲଙ୍କୁ ୫ ଟିକିଆ ଟି-୨୦ ସିରିଜ୍‌ ପାଇଁ ଦଳରେ ସାମିଲ କରାଯାଇଛି ।

ମାର୍ଚ୍ଚ ୧୨ରୁ ଭାରତ ଓ ଇଂଲଣ୍ତ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ । ଏହା ମାର୍ଚ୍ଚ ୨୦ ତାରିଖ ଯାଏ ଚାଲିବ । ସମସ୍ତ ୫ଟି ଯାକ ଟି-୨୦ ଅହମଦାବାଦର ମୋଟେରାରେ ଅନୁଷ୍ଠିତ ହେବ ।

ଟିମ ଇଣ୍ଡିଆ ସ୍କ୍ୱାଡ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେୱାତିଆ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଈଶାନ କିଶନ, ୟୁଜବେନ୍ଦର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଟି ନଟରାଜନ, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସୈନି ଓ ଶାର୍ଦ୍ଦୁଲ ଠାକୁର ।

Leave A Reply

Your email address will not be published.