Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ଉଥପ୍ପା ୧୦୭, କେରଳଠାରୁ ୩୪ ରନରେ ହାରିଲା ଓଡିଶା

ଭୁବନେଶ୍ୱର: ବେଙ୍ଗାଲୁରର ଆଲୁର ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ତାର ଅଭିଯାନ ପରାଜୟରୁ ଆରମ୍ଭ କରିଛି । ଓଡିଶା ୩୪ ରନରେ କେରଳଠାରୁ ହାରିଯାଇଛି । ବର୍ଷା ଯୋଗୁ ମ୍ୟାଚକୁ ୪୫ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ୪୫ ଓଭରରେ ୮ ଉଇକେଟ ବିନିମୟରେ ୨୫୮ ରନ କରିଥିଲା । ସନ୍ଦୀପ ପଟ୍ଟନାୟକ ୬୬ (୭୫), ଗୌରବ ଚୌଧୁରୀ ୫୭(୬୨) ଓ କାର୍ତିକ ବିଶ୍ୱାଳ ୪୫ ରନ କରି ଅପରାଜିତ ଥିଲେ । ଏସ.ଶ୍ରୀସନ୍ଥ, ନିଧିଷ ଓ ଜଲାଲ ସକ୍ସେନା ୨ଟି ଲେଖାଁଏ ଉଇକେଟ ନେଇଥିଲେ ।

ଜବାବରେ କେରଳ ୩୮.୨ ଓଭରରେ ୪ ଉଇକେଟ ହରାଇ ୨୩୩ ରନ କରିଥିଲା । ବର୍ଷା ଯୋଗୁ ଭିଜେଡି ମେଥଡ ଅନୁସାରେ କେରଳକୁ ବିଜୟୀ ଘୋଷିତ କରାଯାଇଥିଲା । ରବିନ ଉଥପ୍ପା ୧୦୭ ରନର ଇନିଂସ ଖେଳି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସୌରଭ କାନୋଜିଆ ୩ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ହାସଲ କରିଥିଲେ । ଓଡିଶା ତାର ପରବର୍ତୀ ମ୍ୟାଚରେ ଫେବୃୟାରୀ ୨୨ରେ ରେଲୱେକୁ ଭେଟିବ ।

 

Leave A Reply

Your email address will not be published.