Latest Odisha News

BREAKING NEWS

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ

ବେନୋନି: ଭାରତ ୯ମ ଥର ପାଇଁ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଏକ ରୋମାଂଚକ ମୁକାବିଲାରେ ୨ ୱିକେଟରେ ପରାସ୍ତ କରିଛି । ସଚିନ ଢ଼ାସ ଓ ଉଦୟ ସହରାନ ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ୱିକେଟ ବିନିମୟରେ ୨୪୪ ରନ କରିଥିଲା । ଲୁହାନ ଡ୍ରେ ପ୍ରିଟୋରିୟସ ୭୬ ଓ ରିଚାର୍ଡ ସେଲେଟୱାନେ ୬୪ ରନ କରିଥିଲେ । ଭାରତ ପକ୍ଷରୁ ରାଜ ଲିମ୍ବାନି ୩ଟି ଏବଂ ମୁଶୀର ଖାଁ ୨ଟି ୱିକେଟ ନେଇଥିଲେ ।

୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୩୨ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ଏହା ପରେ ସଚିନ ଓ ଉଦୟ ୫ମ ୱିକେଟରେ ରେକର୍ଡ ୧୭୧ ରନର ପାର୍ଟନରଶିପ ସଂଗ୍ରହ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ସଚିନ ୯୬ ଓ ଉଦୟ ୮୧ ରନ କରି ଆଉଟ ହୋଇଥିଲେ । ଶେଷ ଭାଗରେ ଲିମ୍ବାନୀଙ୍କ ୪ ବଲରେ ୧୩ ରନ କରି ଦଳକୁ ଫାଇନାଲରେ ପ୍ରବେଶ କରାଇଥିଲେ ।

ଫାଇନାଲରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭାରତ ଭେଟିବ । ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱେନା ମାଫାକା ଓ ଟ୍ରିଷ୍ଟାନ ଲୁସ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଉଦୟ ପ୍ରଭାବୀ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.