Latest Odisha News

BREAKING NEWS

ବିବାହର ୧୨ ବର୍ଷ ପରେ ଅଲଗା ହେବେ ଈଶା ଦେଓଲ-ଭରତ ତଖତାନୀ

ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ୧୨ ବର୍ଷର ବିବାହ ପରେ ତାଙ୍କ ପତି ଭରତ ତଖତାନୀଙ୍କୁ ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ଅଭିନେତ୍ରୀ ଭାବେ ଈଶା ତାଙ୍କ ଭାଇ ସନୀ ଦେଓଲ ଓ ବବି ଦେଓଲଙ୍କ ପରି ଏତେଟା ସଫଳ ହୋଇପାରି ନ ଥିଲେ । ୨୦୧୨ରେ ସେ ବ୍ୟବସାୟୀ ଭରତଙ୍କୁ ବିବାହ କରିଥିଲେ । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଜଣାଇଛନ୍ତି । ଉଭୟଙ୍କ ସହମତିରେ ଏହି ନିଷ୍ପତି ନେଇଛୁ । ସେମାନଙ୍କର ୨ଟି ଝିଅ ଅଛି । ଆମ ପିଲାମାନଙ୍କ ହିତ ଦୃଷ୍ଟିକୋଣରୁ ଏହି ପଦକ୍ଷେପ ଗ୍ରହଣ କରିଛୁ ।

ଈଶା ଏବଂ ଭରତଙ୍କ ପ୍ରେମ ସମ୍ପର୍କ ସ୍କୁଲରୁ ଆରମ୍ଭ ହୋଇଥିଲା । କଲେଜରେ ପଢ଼ିବା ପରେ ସେମାନଙ୍କ ସମ୍ପର୍କ ନିବୀଡ ହୋଇଥିଲା । ପରେ କୌଣସି କାରଣ ବଶତଃ ଉଭୟ ଅଲଗା ହୋଇ ଯାଇଥିଲେ । ଏହାର ୧୦ ବର୍ଷ ପରେ ସେମାନେ ପୁନର୍ବାର ପ୍ରେମରେ ପଡିଥିଲେ ଏବଂ ଶେଷରେ ବିବାହ କରିଥିଲେ ।

ଈଶା ୨୦୦୨ରେ କୋଇ ମେରେ ଦିଲ ସେ ପୁଛେ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଧୂମ, ନା ତୁମ ଜାନୋ ନା ହମ, କ୍ୟା ଦିଲ ନେ କହା, ହାଇଜ୍ୟାକ ଓ ପ୍ୟାରେ ମୋହନ ନାମକ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୨୨ରେ ଅଜୟ ଦେବଗାନଙ୍କ ସହ ରୂଦ୍ର: ଦିଏ ଏଜ ଅଫ ଡାର୍କନେସ ମାଧ୍ୟମରେ ସେ ଓଟିଟି ପଦାର୍ପଣ କରିଥିଲେ ।

Leave A Reply

Your email address will not be published.