Latest Odisha News

BREAKING NEWS

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଚୀନରେ ହେବାକୁ ଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ବୁଧବାର ୧୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଟିମର ୧୦ଜଣ ଖେଳାଳିଙ୍କୁ ସୁଯୋଗ ଦିଆ ଯାଇଥିବା ବେଳେ ୫ଜଣଙ୍କୁ ବିଶ୍ରାମ ଦିଆଯାଇଛି । ପିଆର ଶ୍ରୀଜେଶ ଅବସର ନେବା ପରେ ତାଙ୍କ ସ୍ଥାନରେ କୃଷ୍ଣ ବାହାଦୂର ପାଠକଙ୍କୁ ଗୋଲକିପର ଭାବେ ସୁଯୋଗ ପ୍ରଦାନ କରାଯାଇଛି । ପ୍ୟାରିସ ଗେମ୍ସର ସେମିଫାଇନାଲ ମୁକାବିଲା ହାରିବା ପରେ ଭାରତ ୨-୧ରେ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା । ଟୋକିଓ ଗେମ୍ସ ପରେ ଭାରତର ଏହା କ୍ରମାଗତ ଦ୍ୱିତୀୟ ଅଲିମ୍ପିକ ପଦକ ଥିଲା ।

ଭାରତୀୟ ଦଳ: କୃଷ୍ଣ ବାହାଦୂର ପାଠକ, ସୂରଜ କେରେକେରା, ଜରମନପ୍ରୀତ ସିଂ, ଅମିତ ରୋହୀଦାସ, ହରମନପ୍ରୀତ ସିଂ (ଅଧିନାୟକc), ଯୁଗରାଜ ସିଂ, ସଞ୍ଜୟ, ସୁମିତ, ରାଜକୁମାର ପାଲ, ନୀଳକଂଠ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ମହମ୍ମଦ ରାହୀଲ, ଅଭିଷେକ, ସୁଖଜିତ ସିଂ, ଅରଜିତ ସିଂ, ଉତମ ସିଂ ।

Comments are closed.