Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ୩୨୩ ରନର ଟାର୍ଗେଟ୍ ଦେଇ ମଜବୁତ୍ ସ୍ଥିତିରେ ଭାରତ

ଆଡିଲଡ୍ : ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୭୧ ରନ୍ ଓ ଆଜିଙ୍କ୍ୟ ରାହାଣେ ୭୦ ରନର ଦମଦାର ପାଳି ସହ ରବିବାର ଦିନ ଭାରତ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୦୭ ରନ କରିପାରିଛି । ଏଥିସହିତ ଅଷ୍ଟ୍ରେଲିଆ ପାଇଁ ୩୨୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭ୍ରମଣକାରୀ ଦଳ।

ଚତୁର୍ଥ ଦିନ ୧୫୦/୩ ୱିକେଟରୁ ଖେଳ ଆରମ୍ଭ କରିଥିବା ଟିମ ଇଣ୍ଡିଆ ପ୍ରାରମ୍ଭରୁ ଭଲ ବ୍ୟାଟିଂ କରିଥିଲା । ମଧ୍ୟାହ୍ନ ସୁଦ୍ଧା ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ବିନିମୟରେ ୨୬୦ ରନ କରି ସ୍ଥିତି ମଜବୁତ କରିଥିଲା ।

ମଧ୍ୟକ୍ରମରେ ରିଷଭ ପନ୍ତଙ୍କ ଦ୍ରୁତ ଇନିଂସ ଦେଖି ଲାଗୁଥିଲା ଭାରତ ଏକ ବଡ ସ୍କୋର କରିବ । ନାଥାନ ଲିୟନଙ୍କ ଘାତକ ବୋଲିଂରେ ଚେତେଶ୍ୱର ପୂଜାରାଙ୍କ ୱିକେଟ ପତନ ହେବା ପରେ ଭାରତ ସ୍କୋର ଧିମେଇ ଯାଇଥିଲା । ଲିୟନ ୬ଟି ୱିକେଟ ନେବା ସହ ଭାରତର ବିପର‌୍ୟ୍ୟୟ ଘଟାଇଥିଲା ବେଳେ ରୋହିତ ଶର୍ମା ମାତ୍ର ୧ରନ୍ କରି ଆଉଟ୍ ହୋଇଥିଲା ବେଳେ ଋଷଭ ପନ୍ତ ୨୮ ରନ୍ ଏବଂ ରବୀନ୍ଦ୍ର ଅଶ୍ୱିନୀ ୫ ରନ୍ କରିପାରିଥିଲେ ।

୩୦୭ ରନରେ ଭାରତ ଅଲଆଉଟ ହେବା ସହ ପ୍ରଥମ ଇନିଂସରେ ୧୫ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆକୁ ୩୨୩ରନ ଟାର୍ଗେଟ ମିଳିଛି । ଅଷ୍ଟ୍ରେଲିଆର ୨ୟ ଇନିଂସ ବ୍ୟାଟିଂ ଆରମ୍ଭ ହୋଇଯାଇଛି । ଏଯାବତ୍ ଅଷ୍ଟ୍ରେଲିଆ ଦଳ (୪୭ ଓଭର)ରେ ୪ ୱିକେଟ୍ ବିନିମୟରେ ୧୦୩ ରନ କରିଛି ।

Leave A Reply

Your email address will not be published.