Latest Odisha News

ଓପିସିସିର ସବୁ କମିଟିରୁ ଇସ୍ତଫା ଦେଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିରୁ ହଟାଯିବାର ମାତ୍ର ୩ଦିନ ପରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ରବିବାର ଦଳର ସବୁ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଡିସେମ୍ବର ୬ ତାରିଖରେ ଏଆଇସିସି କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କୁ ବାଦ ଦିଆଯିବାପରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଥିଲା । ଏପରିକି ଇସ୍ତାହାର କମିଟିର ୧୦ ଜଣିଆ ସଦସ୍ୟଙ୍କ ମଧ୍ୟରେ ମଧ୍ୟ ତାଙ୍କୁ ରଖାଯାଇ ନଥିଲା।

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଶନିବାର ଦିନ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବୟାନର ଉତ୍ତରରେ ଗପ କହିବା ଶ୍ରୀକାନ୍ତଙ୍କର ଏକ ଚିରାଚରିତ ଅଭ୍ୟାସ ବୋଲି ଆକ୍ଷେପ କରି କହିଥିଲେ।

ସେହିପରି ଶ୍ରୀକାନ୍ତଙ୍କ ବିରୋଧରେ ବିଷୋଦଗାର କରି କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି, ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏକଜୁଟ ହେବାରେ ଲାଗିଛି, ମାତ୍ର ଶ୍ରୀକାନ୍ତ ଏକ ନିର୍ଜନ ସ୍ଥାନରେ ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି । ଶ୍ରୀକାନ୍ତ ବିବାଦର ହାଡ଼ ହୋଇଯାଇଛନ୍ତି, ଯାହାକି ଦଳ ପାଇଁ କ୍ଷତିକାରକ ।

Comments are closed.