Latest Odisha News

BREAKING NEWS

ଟି-୨୦ ମ୍ୟାଚ୍: ଦମଦାର୍ ପ୍ରଦର୍ଶନ ଲକ୍ଷ୍ୟରେ ବିରାଟ ବାହିନୀ

ସିଡନୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ଟି-୨୦ ମ୍ୟାଚ ଖେଳାଯିବ । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଜିର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାରିଯାଇଥିବା ଭାରତୀୟ ଦଳ ହାତରୁ ମେଲବୋର୍ଣ୍ଣ ମ୍ୟାଚରେ ବର୍ଷା ବିଜୟ ସୁଯୋଗ ଛଡାଇ ନେଇଥିଲା ।

ଅନ୍ୟପକ୍ଷରେ ଆଜିର ଏହି ମ୍ୟାଚ ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଏହି ଶୃଙ୍ଖଳାକୁ ଜିତି ପୁଣିଥରେ ଫର୍ମକୁ ଫେରିବା ପାଇଁ ଭାରତୀୟ ଦଳ ୧-୦ରେ ଲିଡ୍ କରୁଥିବା ଟିମ୍ ଅଷ୍ଟ୍ରେଲିଆ ଦଳକୁ କଡା ଟକ୍କର ଦେବାକୁ ଜୋରଦାର ପ୍ରୟାସ କରିବ ।

ଏହି ମ୍ୟାଚରେ କ୍ୟାପଟେନ୍ ବିରାଟ କୋହଲିଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିବ । ଯଦି ଆଜିର ମ୍ୟାଚରେ ଭାରତୀୟ ଦଳ ଖରାପ ପ୍ରଦର୍ଶନ କରି ହାରିଯାଏ ତେବେ ଭାରତ କ୍ରମାଗତ ୭ମ ଶୃଙ୍ଖଳା ଜିତିବା ପରେ ପ୍ରଥମ ପରାଜୟ ବରଣ କରିବ । ତଥାପି ଏହି ମୁକାବିଲା ଜିତିବା ପାଇଁ ଦଳକୁ କଠିନ୍ ପରିଶ୍ରମ କରିବାକୁ ପଡିବ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମଧ୍ୟ ନିଜର ଜଲୱା ପ୍ରଦର୍ଶନ କରି ଭାରତ ବିପକ୍ଷରେ ଏହି ମାଚ ଜିତି ଶୃଙ୍ଖଳା ମୂଳପୋଛ କରିବାକୁ ଚେଷ୍ଟା କରିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ୍, ଋଷଭ ପନ୍ତ୍,ଖଲିଲ ଅହମ୍ମଦ, ଭୁବନେଶ୍ୱର କୁମାର, ଦୀନେଶ କାର୍ତିକ, କ୍ରୁନାଲ ପାଣ୍ଡ୍ୟ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, କେ ଏଲ ରାହୁଲ ।

Leave A Reply

Your email address will not be published.