Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭନରେ ଏମାନଙ୍କୁ ସୁଯୋଗ

କାନବେରା: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଶେଷ ଦିନିକିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଆଜିର ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟ କରିବା କୋହଲି ବାହିନୀ । ସେପଟେ ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି କଙ୍ଗାରୁ ବାହିନୀ ।

ଆଜି ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ମୟଙ୍କ ଅଗ୍ରଓ୍ୱାଲଙ୍କ ସ୍ଥାନରେ ଯୁବ ବ୍ୟାଟସମ୍ୟାନ୍ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି । ସେହିପରି ଗତ ଦୁଇଟି ମ୍ୟାଚରେ ରନ୍ ବ୍ୟୟ କରିଥିବା ଯୁଜବେନ୍ଦର ଚହଲଙ୍କ ସ୍ଥାନରେ ଖେଳୁଛନ୍ତି ସ୍ପିନର କୁଳଦୀପ ଯାଦବ । ମହମ୍ମଦ ସାମିଙ୍କ ସ୍ଥାନରେ ଟି. ନଟରାଜନଙ୍କୁ ସୁଯୋଗ ମିଳିଛି । ନଭଦୀର ସାଇନିଙ୍କ ସ୍ଥାନରେ ଖେଳୁଛନ୍ତି ସାର୍ଦ୍ଦୁଲ ଠାକୁର ।

Leave A Reply

Your email address will not be published.